www.samajalive.in
Sunday, December 7, 2025
26.1 C
Bhubaneswar

ଏସିଡ଼୍‍ ପୀଡ଼ିତା ରୂପରେ ଦୀପିକା

ମୁମ୍ବଇ : ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଚଳଚ୍ଚିତ୍ର ‘ଛପାକ୍‍’ରେ ଦୀପିକାଙ୍କ ପ୍ରଥମ ଲୁକ୍‍ ସୋମବାର ସାମ୍ନାକୁ ଆସିଛି। ଫଟୋରେ ତାଙ୍କୁ ଜଣେ ଏସିଡ଼୍‍ ପୀଡ଼ିତାଙ୍କ ରୂପରେ ଦେଖିବାକୁ ମିଳିଛି। ଦୀପିକା ନିଜେ ଟ୍ୱିଟ୍‍ କରି ଚଳଚ୍ଚିତ୍ରରେ ତାଙ୍କର ଏହି ଲୁକ୍‍ ଶେୟାର କରିବା ସହ ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, “ଛପାକ୍‍ ର ଶୁଟିଂ ଆଜିଠାରୁ ଆରମ୍ଭ ହୋଇଛି ଓ ଏହା ଆସନ୍ତା ବର୍ଷ ୧୦ଜାନୁଆରୀରେ ମୁକ୍ତିଲାଭ କରିବ”।

ଉଲ୍ଲେଖଯୋଗ୍ୟ, ‘ଛପାକ୍‍’ ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର। ଏଥିରେ ଦୀପିକା ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ରୂପରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଚଳଚ୍ଚିତ୍ରରେ ଦୀପିକାଙ୍କ ଚରିତ୍ରର ନାମ ରହିଛି ମାଳତୀ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories