www.samajalive.in
Sunday, December 7, 2025
23.1 C
Bhubaneswar

ପୂଜାରେ ବେଲ ପତ୍ର ଅର୍ପଣର ମହତ୍ତ୍ବ

ଶିବଲିଙ୍ଗରେ ବେଲ ପତ୍ର ଚଢାଇବା ଦ୍ବାରା ପ୍ରଭୁ ଭୋଳାଶଙ୍କର ସନ୍ତୁଷ୍ଟ ହୋଇଥାଆନ୍ତି। ଶ୍ରାବଣ ମାସରେ ବେଲ ପତ୍ର ଚଢାଇବା ଦ୍ବାରା ପ୍ରଭୁ ଭକ୍ତଙ୍କର ସମସ୍ତ ମନୋକାମନା ଶୀଘ୍ର ପୂର୍ଣ୍ଣ କରିଥାଆନ୍ତି। ମାନ୍ୟତା ରହିଛି ଯେ, ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବା ଦ୍ବାରା ତାଙ୍କର ମସ୍ତିଷ୍କ ଶୀତଳ ରହିଥାଏ। ଯାହାଦ୍ବାରା ସେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି।

ବେଲପତ୍ର ତୋଳିବାର କିଛି ନିୟମ ରହିଛି। ଆସନ୍ତୁ ଜାଣିବା ସେ ସବୁ କ’ଣ ..

- Advertisement -

ଏହି ତିଥିରେ ବେଲପତ୍ର ଛିଣ୍ଡାନ୍ତୁ ନାହିଁ :

ବେଲପତ୍ର ତୋଳିବା ବା ଛିଣ୍ଡାଇବା ବେଳେ ସର୍ବଦା ଭଗବାନ ଶିବଙ୍କୁ ଧ୍ୟାନ କରିବା ଉଚିତ। ତାପରେ ବେଲ ବୃକ୍ଷ ନିକଟରେ ଛିଡା ହୋଇ ପ୍ରଣାମ କରି ପତ୍ର ଛିଣ୍ଡାନ୍ତୁ। ବେଲ ପତ୍ରକୁ ଅମାବାସ୍ୟା, ଚତୁର୍ଥୀ, ଅଷ୍ଟମୀ, ନବମୀ ଓ ଚତୁର୍ଦ୍ଦଶୀରେ ତୋଳିବା ଅନୁଚିତ। ସର୍ବଦା ତିନୋଟି ବେଲ ପତ୍ର ସମ୍ମିଳିତ ହୋଇଥିବା ପତ୍ରକୁ ଶିବଲିଙ୍ଗରେ ଚଢାଇବା ଉଚିତ।

ବେଲପତ୍ର ବାସୀ ହୁଏ ନାହିଁ :

ବେଲପତ୍ର ଏପରି ଏକ ପତ୍ର ଯାହା କେବେ ବି ବାସୀ ହୁଏ ନାହିଁ। ଭଗବାନ ଶିବଙ୍କ ପୂଜାରେ ବିଶେଷ ଭାବେ ବ୍ୟବହାର କରାଯାଉଥିବା ବେଲ ପତ୍ର ବିଷୟରେ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। କୁହାଯାଇଛି ଯେ, ପୂଜା ପାଇଁ ନୁଆ ବେଲ ପତ୍ର ଉପଲବ୍ଧ ନ ହେଲେ ପୁରୁଣା ପତ୍ରକୁ ଧୋଇ ଶିବଲିଙ୍ଗରେ ଚଢାଇ ପାରିବା।

ବେଲପତ୍ର ଅର୍ପଣ କରିବାର ବିଧି :

ବେଲପତ୍ରକୁ ସର୍ବଦା ଅନାମିକା ଓ ମଧ୍ୟମା ଆଙ୍ଗୁଠୀର ସାହାଯ୍ୟରେ ଶିବଲିଙ୍ଗରେ ଅର୍ପଣ କରିବା ଉଚିତ। ଶିବଲିଙ୍ଗରେ ବେଲପତ୍ର ଚଢାଇବା ସହ ଜଳ ମଧ୍ୟ ତା ସହ ଅର୍ପଣ କରନ୍ତୁ। କେବେ ବି ଫାଟି ଯାଇଥିବା ବେଲପତ୍ର ଚଢାଇବା ଉଚିତ ନୁହେଁ।

ବେଲପତ୍ରର ମହତ୍ତ୍ବ :

ଶିବ ପୁରାଣ ଅନୁସାରେ, ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବା ଦ୍ବାରା ଦରିଦ୍ରତା ଦୂର ହୋଇଥାଏ। ଏହାସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ବେଲ ପତ୍ରରେ କେବଳ ଭଗବାନ ଶିବ ନୁହେଁ ହନୁମାନ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ଘରର ବଗିଚାରେ ବେଲ ଗଛ ରହିବା ଦ୍ବାରା ପରିବାର ସଦସ୍ୟମାନେ ପାପରୁ ମୁକ୍ତି ପାଇଥାଆନ୍ତି। ଏହାସହ ପୁଣ୍ୟ ପ୍ରାପ୍ତି ହୋଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories