ବିବାଦରେ ‘ପିଏମ ନରେନ୍ଦ୍ର ମୋଦୀ’
ନୂଆଦିଲ୍ଲୀ : ନିର୍ଦ୍ଦେଶକ ଓମଙ୍ଗ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ପିଏମ ନରେନ୍ଦ୍ର ମୋଦୀ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ। ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ନଜର ଆସିଛନ୍ତି। ହୋଲିରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଗାୟକ ଜାଭେଦ ଆକତରଙ୍କ ନାମ ରହିଥିବା ଦେଖି ଜାଭେଦ ଅସନ୍ତୋଷ ମନୋଭାବ ପୋଷଣ କରିଛନ୍ତି। ବର୍ତ୍ତମାନ ଗାୟକ ସମୀର ମଧ୍ୟ ନିଜର ନାମ ଦେଖି ଅଭିଯୋଗ କରିଛନ୍ତି। ସମୀର ଟୁଇଟ କରି ଲେଖିଛନ୍ତି ପିଏମ ମୋଦୀ ଚଳଚ୍ଚିତ୍ରରେ ମୁଁ ମୋ ନାମ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ମୁଁ ଚଳଚ୍ଚିତ୍ର ପାଇଁ ବର୍ତ୍ତମାନ କୌଣସି ଗୀତ ଲେଖିନାହିଁ। ସୂଚନାଯୋଗ୍ୟ ଚଳଚ୍ଚିତ୍ରରେ ବିଶେଷ ଧନ୍ୟବାଦରେ ସମୀରଙ୍କ ନାମ ଲେଖାଯାଇଛି।
ଏହା ପୂର୍ବରୁ ଜାଭେଦ ଅଖତର ମଧ୍ୟ ଏହି ଚଳଚ୍ଚିତ୍ରରେ ନିଜର ନାମ ଦେଖି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।