www.samajalive.in
Sunday, December 7, 2025
14.1 C
Bhubaneswar

ଫେସୱାଶ ବ୍ୟବହାରର ସଠିକ ନିୟମ

ମୁହଁ ଧୋଇବା ପାଇଁ ସମସ୍ତେ ଫେସୱାଶର ବ୍ୟବହାର କରିଥାଆନ୍ତି। କେତେକଙ୍କ କ୍ଷେତ୍ରରେ ଦେଖାଯାଇଥାଏ ଯେ, ଫେସୱାଶ ଲଗାଇବା ପରେ ତାଙ୍କ ମୁହଁରେ ଖରାପ ପ୍ରଭାବ ପଡିଥାଏ। ବେଳେବେଳେ ମୁହଁ କୁଣ୍ଡାଇ ହୋଇଥାଏ ତ କେତେକଙ୍କ ବ୍ରଣ ସମସ୍ୟା ହୋଇଥାଏ। ତେଣୁ ଆସନ୍ତୁ ଜାଣିବା ଫେସୱାଶ ବ୍ୟବହାର କରିବାର ସଠିକ ଉପାୟ ..

ରାତିରେ ମୁହଁ ଧୋଇବା ଅଭ୍ୟାସ :

- Advertisement -

ଋତୁ ପରିବର୍ତ୍ତନ ସହ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଏହାର ପ୍ରଭାବ ଆମ ମୁହଁରେ ପଡିଥାଏ। ତେଣୁ ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ଫେସୱାଶରେ ମୁହଁ ଧୋଇବା ଆବଶ୍ୟକ। ଏପରି କରିବା ଦ୍ବାରା ମୁହଁରେ ବ୍ୟାକେଟରିଆ ଓ ଧୂଳି ସଫା ହୋଇଥାଏ। ମୁହଁରେ ବ୍ରଣ ହେବାର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ତଉଲିଆରେ ପୋଛିବା :

ମୁହଁକୁ ଫେସୱାଶରେ ଧୋଇବା ପରେ ତଉଲିଆରେ ପୋଛିବା ଦରକାର। କିନ୍ତୁ ମୁହଁକୁ ତଉଲିଆରେ ଅଧିକ ଜୋରରେ ପୋଛନ୍ତୁ ନାହିଁ। ଏପରି କରିବା ଦ୍ବାରା ମୁହଁରେ କୁଞ୍ଚନ ଓ ଦାଗ ହେବାର ସମ୍ଭାବନା ରହିଛି। ଏହାସହ ମୁହଁ ଲାଲ ହୋଇଯାଏ।

ତଉଲିଆ ବଦଳାଇବା :

ସବୁବେଳେ ତଉଲିଆକୁ ବଦଳାଇବା ଦରକାର। କାରଣ ​‌ଗୋଟିଏ ତଉଲିଆରେ ସବୁବେଳେ ମୁହଁ ପୋଛିବା ଦ୍ବାରା ସେଥିରେ ଲାଗିଥିବା ବ୍ୟାକ୍ଟେରିଆ ମୁହଁକୁ ଯାଇଥାଏ। ଏହାଦ୍ବାରା ମୁହଁରେ ବ୍ରଣ ସମସ୍ୟା ସୃଷ୍ଟି ହୋଇଥାଏ।

ଅଧିକ ମୁହଁ ଧୋଇବା :

ବାରମ୍ବାର ମୁହଁ ଧୋଇବା ଉଚିତ ନୁହେଁ। ଏପରି କରିବା ଦ୍ବାରା ମୁହଁରୁ ପୋଷକ ତତ୍ତ୍ବ ଧୋଇ ହୋଇଥାଏ। ତେଣୁ ଦିନକୁ ଦୁଇ ଥରରୁ ଅଧିକ ଫେସୱାଶରେ ମୁହଁ ଧୁଅନ୍ତୁ ନାହିଁ। ଏହାଦ୍ବାରା ମୁହଁ ଶୁଷ୍କ ହୋଇଯିବାର ସମ୍ଭାବନା ରହିଛି।

ଭୁଲ ଫେସୱାଶର ବ୍ୟବହାର :

ନିଜ ମୁହଁ ପାଇଁ ଉପଯୋଗୀ ହେଉଥିବା ଫେସୱାଶର ବ୍ୟବହାର କରିବା ଉଚିତ। କାରଣ ଭୁଲ ଫେସୱାଶର ବ୍ୟବହାର ଦ୍ବାରା ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ।

ସର୍ବଦା ଧ୍ୟାନ ଦିଅନ୍ତୁ, ଫେସୱାଶ ବ୍ୟବହାର କରିବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା ଉଚିତ। ତାପରେ ହାତରେ ଫେସୱାଶ ପକାଇ ମୁହଁରେ ବ୍ୟବହାର କରିବେ।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories