www.samajalive.in
Monday, December 15, 2025
16.1 C
Bhubaneswar

ଆଣ୍ଡ୍ରଏଡ ପାଇ ୯.୦ସହିତ ଟେକ୍ନୋ କ୍ୟାମନ ଇସ୍କି-୩ର ବଜାର ପ୍ରବେଶ

ନୂଆଦିଲ୍ଲୀ : ରଙ୍ଗର ପର୍ବ ହୋଲି ଅବସରରେ ଟେକ୍ନୋ ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ କାମନ ଇସ୍କି-୩ର ବଜାର ପ୍ରବେଶ ହୋଇଛି। କ୍ୟାମନ୍‍ ଇସ୍କି-୩ ଟେକ୍ନୋର ପ୍ରଥମ ସ୍ମାର୍ଟଫୋନ ଯାହାକୁ ଆଣ୍ଡ୍ରଏଡ ପାଇ ୯.୦ସହିତ ଭାରତରେ ଲଞ୍ଚ କରାଯାଇଛି। ଏହାସହ ଫୋନକୁ ନେଇ କମ୍ପାନୀର କହିବା କଥା ଏହା କମ ଆଲୋକରେ ମଧ୍ୟ ଭଲ ଫଟୋ ନେବାର କ୍ଷମତା ରଖିଥାଏ। ଏହାବ୍ୟତୀତ ଫୋନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ସପୋର୍ଟ ରହିଛି।

courtesy-how tech hack

କ୍ୟାମନ ଇସ୍କି-୩ର ବିଶେଷତ୍ୱ
କ୍ୟାମନ୍‍ ଇସ୍କି-୩ରେ ୬.୨ଇଞ୍ଚର ଏଚଡି ପ୍ଲସ ନଞ୍ଚ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିଓ ୧୯:୯ରହିଛି। ଏହାର ଓଜୋନ୍‍ ୧୫୦ଗ୍ରାମ। ଏହି ଫୋନର ବିକ୍ରି ବର୍ତ୍ତମାନ ରିଟେଲ ଷ୍ଟୋରରୁ ହେଉଛି। ଏହାବ୍ୟତୀତ ଫୋନରେ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଏଚଆଇଓଏସ୍‍ ୪.୬ରହିଛି। ଫୋନରେ ୨.୦ଜିଏଚଜେଡର କ୍ୱାଡାକର ପ୍ରୋସେସର ରହିଛି। ଏହା ୩,୨ ଜିବି ଏବଂ ୩୨ଜିବି ଷ୍ଟୋରେଜ ମଡେଲରେ ଉପଲବ୍ଧ ରହିଛି। ଯାହାକୁ ମେମୋରି କାର୍ଡ ସାହାର୍ଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।

- Advertisement -
courtesy-the mobile indian

କ୍ୟାମନ ଇସ୍କ-୩ର କ୍ୟାମେରୋ
ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲର ରହିଛି। ଏବଂ ଏହାର ଅଫର୍ଚର ଏଫ୍‍/୧.୮ ରହିଛି। ଏହାର ଦ୍ୱିତୀୟ ଲେନ୍ସଟି ୨ମେଗାପିକ୍ସେଲର ଦିଆଯାଇଛି। କ୍ୟାମେରା ସହିତ ୪/ଡିଜିଟାଲ ଜୁମ୍‍ ପାଇପାରିବେ। ଫୋନରେ ସେଲଫି ପାଇଁ ୮ମେଗାପିକ୍ସେଲର ଏଆଇ କ୍ୟାମେରା ଦିଆଯାଇଛି। ଏହାର ସେଲଫି କ୍ୟାମେରା ସହିତ ୬ବ୍ୟୁଟି ମୋଡ ମିଳିବ। ସଂଯୋଗ ପାଇଁ ଦୁଇଟି ସିମ୍‍ କାର୍ଡରେ ୪ଜି ଭୋଲଟିଇର ସପୋର୍ଟ ରହିଛି। ଏବଂ ଏଥିରେ ୩୫୦୦ଏମ୍‍ଏଚର ବ୍ୟାଟେରି ଦିଆଯାଇଛି। ଫୋନରେ ଏଆଇ ଫେସ୍‍ ଅନଲକ୍‍ ଏବଂ ବ୍ୟାକ ପ୍ୟାନେଲରେ ଟିପଚିହ୍ନ ସେନସର ରହିଛି। ଏହାର ମୂଲ୍ୟ ୮ହଜାର ୫୯୯ଟଙ୍କା।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories