ଓଡ଼ିଶା ବସ୍ତି ସଂଘର୍ଷ ସମିତିର ନବୀନ ନିବାସ ଘେରାଉ
ଭୁବନେଶ୍ୱର : ବ୍ରହ୍ମପୁର ୱାର୍ଡ ନଂ- ୧ ରୁ ୪୦ ମଧ୍ୟରେ ଥିବା ଭଡାଟିଆମାନେ ନବୀନ ନିବାସରେ ଘେରାଉ କରିଥିଲେ। ଆମ୍ଭେମାନେ ଭୂମିହୀନ ହୋଇଥିବାରୁ ସରକାରୀ ଜାଗା ମାଡି ନ ବସି ଲୋକମାନଙ୍କ ଘରେ ଭଡାରେ ରହୁଛୁ। ଆମକୁ ୫୦୦ ସ୍କୋୟାରଫୁଟ ଜାଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଦୀର୍ଘ ଦୁଇବର୍ଷରୁ ଅଧିକ ହେବା ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ତାହା ରାଜ୍ୟ ସରକାର ଆମମାନଙ୍କ ଦାବି ପ୍ରତି ଧ୍ୟାନ ଦେଉନଥିବା ସେ ଅଭିଯୋଗ କରିଛନ୍ତି। ଓଡ଼ିଶା ବସ୍ତି ସଂଘର୍ଷ ସମିତି ନେତୃତ୍ୱରେ ୨୦୦ରୁ ଊର୍ଦ୍ଧ୍ବ ଭଡାଟିଆ ମାଷ୍ଟକ୍ୟାଣ୍ଟିନ ଛକରୁ ନବୀନ ନିବାସ ଯାଉଥିବା ସମୟରେ ଲୋୟର ପିଏମଜି ଠାରେ ପୁଲିସ ଅଟକାଇଥିଲେ। ଚଳିତ ସାଧାରଣ ନିର୍ବାଚନରେ କାହାକୁ ଭୋଟ ନ ଦେଇ ନୋଟାରେ ଭୋଟ ଦେବୁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏହି ଆନ୍ଦୋଳନରେ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ବାସନ୍ତୀ ସାହୁ, ସୁନୀତା ସାହୁ, ଗୌରୀ ମହାକୁଡ, ପୁଷ୍ପାରାଣି ବେହେରା, ଗୀତା ରାଉତ, ବୈଜୟନ୍ତୀ ବେହେରା, ମଞ୍ଚୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।