www.samajalive.in
Tuesday, December 9, 2025
26.1 C
Bhubaneswar

ପୂଜାରେ ଶଙ୍ଖ ବ୍ୟବହାରର ମହତ୍ତ୍ବ

ଧର୍ମଶାସ୍ତ୍ରରେ କୁହାଯାଇଛି ଯେ, ସମୁଦ୍ର ମନ୍ଥନ ସମୟରେ ୧୪ପ୍ରକାର ରତ୍ନର ଉତ୍ପନ୍ନ ହୋଇଥିଲା। ସେଥି ମଧ୍ୟରୁ ଶଙ୍ଖ ଏକ। ଶଙ୍ଖକୁ ଘରେ ରଖିବା ଦ୍ବାରା ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ। ଅନେକ ପୂଜାରେ ଶଙ୍ଖର ବ୍ୟବହାର କରାଯାଇଥାଏ। ଶଙ୍ଖ ଅନେକ ପ୍ରକାରର ରହିଛି। କିନ୍ତୁ ମୁଖ୍ୟତଃ ତିନୋଟି ପ୍ରକାରର ଶଙ୍ଖର ବିଶେଷ ମହତ୍ତ୍ବ ରହିଛି। ଯଥା- ଦକ୍ଷିଣାବର୍ତ୍ତୀ, ବାମାବର୍ତ୍ତୀ ଓ ମଧ୍ୟମାବର୍ତ୍ତୀ ଶଙ୍ଖ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବା ଦ୍ବାରା ମା’ ଲକ୍ଷ୍ମୀ ବାସ କରିଥାଆନ୍ତି। ଯେଉଁ ବ୍ୟକ୍ତିଙ୍କ ଘରେ ଶଙ୍ଖ ରଖାଯାଇଥାଏ ସେଠାରେ କେବେ ବି ଧନର ଅଭାବ ରହି ନ ଥାଏ। ଦକ୍ଷିଣାବର୍ତ୍ତୀ ଶଙ୍ଖର ଶୀର୍ଷ​‌ରେ ଚନ୍ଦ୍ର, ମଝିରେ ବରୁଣ ଓ ପୃଷ୍ଠ ଭାଗରେ ବ୍ରହ୍ମା ଓ ଶେଷରେ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀଙ୍କର ବାସ ରହିଛି। ଘରେ ରହିଥିବା ଶଙ୍ଖକୁ ପ୍ରତିଦିନ ଦର୍ଶନ କରିବା ଉଚିତ।

- Advertisement -

ଘରେ ଶଙ୍ଖ ରଖିବାର ବିଶେଷ ମହତ୍ତ୍ବ ରହିଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଘରେ ଶଙ୍ଖ ବଜାଇବା ଦ୍ବାରା ବାତାବରଣ ଶୁଦ୍ଧ ରହିଥାଏ। ଶଙ୍ଖର ଶବ୍ଦ ଶୁଣିବା ଦ୍ବାରା ମନରେ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହୋଇଥାଏ। ଏହାସହ ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ସର୍ବଦା ଶଙ୍ଖରେ ପାଣି ଭର୍ତ୍ତି କରି ଘରେ ସିଞ୍ଚନ କରିବା ଉଚିତ। ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ଏହା ବ୍ୟତୀତ ବ୍ୟକ୍ତିଙ୍କ ମନରେ ଶୁଦ୍ଧତା ବଜାୟ ରହିଥାଏ। ଶଙ୍ଖ ବଜାଇବା ଦ୍ବାରା ସମସ୍ତ ଜୀବାଣୁ ଓ କୀଟାଣୁଙ୍କର ନାଶ ହୋଇଥାଏ।

ଶଙ୍ଖ ସମ୍ବନ୍ଧରେ ଆୟୁର୍ବେଦରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଏହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି ଆୟୁର୍ବେଦରେ କୁହାଯାଇଛି।

ପ୍ରାଚୀନ କାଳରେ ଶଙ୍ଖ ବଜାଇ ଯୁଦ୍ଧର ଆରମ୍ଭ କରାଯାଉଥିଲା। ଶଙ୍ଖର ଶବ୍ଦରେ ଆଧ୍ୟାତ୍ମିକ ଶକ୍ତି ଉତ୍ପନ୍ନ ହୋଇଥାଏ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories