www.samajalive.in
Monday, December 15, 2025
14.1 C
Bhubaneswar

ଓଡ଼ିଆ ଅଧିକାରୀ ଡିପି ଦାଶ ବିଶ୍ୱ ସୀମା ଶୁଳ୍କ ସଂଗଠନର ପ୍ରବର୍ତ୍ତନ ସମିତି ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ବର: ସୀମାଶୁଳ୍କ ବ୍ୟାପାରରେ ଦୀର୍ଘଦିନର ଅଭିଜ୍ଞତା ହାସଲ କରିଥିବା ଓଡ଼ିଆ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସୀମାଶୁଳ୍କ ଏବଂ ଉତ୍ପାଦ ଶୁଳ୍କ ବୋର୍ଡର ମହାନିର୍ଦ୍ଦେଶକ ଦେବୀ ପ୍ରସାଦ ଦାଶ ବିଶ୍ୱ ସୀମାଶୁଳ୍କ ସଂଗଠନ (ଡବ୍ଲ୍ୟୁସିଓ)ର ପ୍ରବର୍ତ୍ତନ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବ୍ରୁସେଲ୍ସ ଠାରେ ଅବସ୍ଥାପିତ ଏହି ଅନ୍ତର୍ଜାତୀୟ ସଂଗଠନରେ ୧୮୨ ସଦସ୍ୟ ରହିଛନ୍ତି। ପ୍ରଥମ ଭାରତୀୟ ସୀମାଶୁଳ୍କ ଅଧିକାରୀ ଭାବେ ଶ୍ରୀ ଦାଶଙ୍କୁ ଏହି ସମ୍ମାନଜନକ ପଦବୀରେ ଅବସ୍ଥାପିତ ହେବାର ସୌଭାଗ୍ୟ ମିଳିଛି। ତାଙ୍କୁ ସର୍ବସମ୍ମତି କ୍ରମେ ଏହି ପଦବୀ ନିମନ୍ତେ ଚୟନ କରାଯାଇଥିଲା। ଗତ ଦୁଇ ବର୍ଷ ଧରି ସେ ଏହି ସଂଗଠନର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିଲେ।

ସୂଚନାଯୋଗ୍ୟ ଯେ, ଶ୍ରୀ ଦାଶଙ୍କର ସୀମାଶୁଳ୍କ ପ୍ରଶାସନ, କୂଟନୀତି, ବାଣିଜ୍ୟ ସୁବିଧା ପ୍ରଦାନ, ଗୁଇନ୍ଦା, ଅନ୍ତର୍ଜାତୀୟ ଆଇନ, ବିଶେଷ କରି ଆତଙ୍କବାଦ, ବେଆଇନ ଅର୍ଥ କାରବାର କ୍ଷେତ୍ରରେ ଅପରାଧିକ ମାମଲା ପରିଚାଳନା, ପ୍ରତ୍ୟାର୍ପଣ ଓ ଆର୍ଥିକ କଟକଣା, ଆପୋସ ଆଇନଗତ ସହାୟତା ଆଦି କ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତୀର୍ଣ୍ଣ ହୋଇଥିବା ଶ୍ରୀ ଦାଶ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଆଇନରେ ସ୍ନାତକ ଏବଂ ଜେଏନୟୁର ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜରୁ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନ୍ତର୍ଜାତୀୟ ଆଇନ ଉପରେ ସ୍ନାତ୍ତୋକୋତ୍ତର ପାଠ୍ୟକ୍ରମ ଶେଷ କରିଥିଲେ। ପରେ ସେ ଏହି ଶିକ୍ଷାନୁଷ୍ଠାନରେ ନିରସ୍ତ୍ରୀକରଣ ଅଧ୍ୟୟନ ବିଷୟରେ ଏମ.ଫିଲ ଶେଷ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories