www.samajalive.in
Monday, December 15, 2025
16.1 C
Bhubaneswar

ନ୍ୟୁଜିଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ କ୍ରମବର୍ଦ୍ଧିଷ୍ଣୁ ଇସଲାମିକ ପାଗଳାମିକୁ ଦାୟୀ କଲେ ଇମ୍ରାନ

ଇସଲାମାବାଦ : ଜାମ୍ମୁ-କାଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିବାକୁ ବେଶ୍‌ ବିଳମ୍ବ କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ନ୍ୟୁଜିଲାଣ୍ଡ ମସଜିଦ୍‌ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘଟଣା କ୍ରମବର୍ଦ୍ଧିଷ୍ଣୁ ‘ଇସଲାମିକ୍‌ ପାଗଳାମି’ର ପରିଚୟ ବୋଲି ସେ କହିଛନ୍ତି। ଆମେରିକା ୯/୧୧ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଏହି ପାଗଳାମି ହିଁ ନ୍ୟୁଜିଲାଣ୍ଡ ଆକ୍ରମଣ ପାଇଁ ଦାୟୀ ବୋଲି ଇମ୍ରାନ କହିଛନ୍ତି। ଏଭଳି ଘଟଣାରେ ମୁସଲମାନମାନେ ଉଦ୍ଦେଶ୍ୟମୂଳକ ଭାବେ ନିନ୍ଦିତ ହେଉଛନ୍ତି। ଏଥିସହିତ ସେ ଆକ୍ରମଣକୁ ନିନ୍ଦା କରି କହିଛନ୍ତି ସେ ଆତଙ୍କବାଦର କୌଣସି ନିର୍ଦ୍ଦିଷ୍ଟ ଧର୍ମ ନାହିଁ। ଇସ୍‌ଲାମିକ ପାଗଳାମିଜନିତ ଯେ କୌଣସି ଆତଙ୍କବାଦୀ ଆକ୍ରମଣ ପାଇଁ ବିଶ୍ବର ୧୩୦କୋଟି ମୁସଲମାନ ସମୂହ ଅପବାଦ ସହୁଛନ୍ତି। ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ଇମ୍ରାନ କହିଛନ୍ତି। ପୁଲୱାମା ଘଟଣାରେ ଏଣୁତେଣୁ ଗପୁଥିବା ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ମଧ୍ୟ ନ୍ୟୁଜିଲାଣ୍ଡ ଆକ୍ରମଣକୁ ନିନ୍ଦା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories