www.samajalive.in
Sunday, December 14, 2025
16.1 C
Bhubaneswar

ଇପିଏଫ ସୁଧ ହାର ୮.୫୫%କୁ ହ୍ରାସ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ (ଇପିଏଫଓ) ୨୦୧୭-୧୮ ଆର୍ଥିକ ବର୍ଷରେ ଜମା ଇପିଏଫର ସୁଧ ହାରକୁ ହ୍ରାସ କରିଥିବା ଘୋଷଣା କରିଛି । ଜମା ଭବିଷ୍ୟ ନିଧି ପାଣ୍ଠି (ଇପିଏଫ)ର ସୁଧ ହାରକୁ ୦.୧୦% ହ୍ରାସ କରାଯାଇଛି । ଇଫିଏଫଓର ଏହି ନିଷ୍ପତ୍ତି କୋଟି କୋଟି ଚାକିରିଆଙ୍କୁ ଝଟକା ଦେଇଛି । ୨୦୧୬-୧୭ରେ ଜମା ଇପିଏଫର ସୁଧ ହାର ୮.୬୫% ଥିଲା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇ ୮.୫୫%ରେ ପହଞ୍ଚିଛି ।

ଇପିଏଫଓର ଏହି ନିଷ୍ପତ୍ତି ଯୋଗୁଁ ୫ କୋଟି ଉପଭୋକ୍ତାଙ୍କ କ୍ଷତି ସହିବେ । ଭବିଷ୍ୟ ନିଧି ପାଣ୍ଠି କେନ୍ଦ୍ରୀୟ ବୋର୍ଡର ବୁଧବାର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ବର୍ଷ ଶେଷ ହେବା ବେଳକୁ ଇପିଏଫଓର କେନ୍ଦ୍ରୀୟ ବୋର୍ଡ ସୁଧ ହାର ଉପରେ ନଷ୍ପତ୍ତି ନେଇଥାଏ । ଚଳିତ ଆର୍ଥିକ ବର୍ଷ ଶେଷ ହେବାର ଗୋଟିଏ ମାସ ପୂର୍ବରୁ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୧୫-୧୬ରେ ଇପିଏଫ ସୁଧ ହାର ୮.୮% ଥିଲାବେଳେ ଏହା ୨୦୧୬-୧୭ରେ ହ୍ରାସ ପାଇ ୮.୬୫ରେ ପହଞ୍ଚିଥିଲା । ୨୦୧୭-୧୮ରେ ଏହା ପୁଣି ୦.୧୦% ହ୍ରାସ ପାଇ ୮.୫୫%ରେ ପହଞ୍ଚିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories