www.samajalive.in
Sunday, December 14, 2025
18.1 C
Bhubaneswar

ରେଭେନ୍ସାରୁ ୫ ଏମ୍‌ବିଏ ଛାତ୍ର ବହିଷ୍କୃତ

କଟକସହର : ଯୁକ୍ତ ୩ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇଥିବା ୫ଜଣ ଛାତ୍ରଙ୍କୁ ରେଭେନ୍‌ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବହିଷ୍କୃତ କରିଛନ୍ତି। ସାର୍ଟିଫିକେଟ ଯାଞ୍ଚ ପରେ ସେମାନେ +୩ ପାସ କରିନଥିବା ଜଣାପଡିବା ପରେ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। କେବଳ ଏହି ବିଭାଗ ନୁହେଁ, ଅନ୍ୟ ସେଲଫ ଫାଇନାସିଂ ପାଠ୍ୟକ୍ରମରେ ଅନେକ ବିଦ୍ୟାର୍ଥୀ ଜାଲ ସାର୍ଟିଫିକେଟ ସହାୟତାରେ ନାମ ଲେଖାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ବରିଷ୍ଠ କର୍ମଚାରୀ ସମ୍ପୃକ୍ତ ଥିବା ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ରେଭେନ୍‌ସାରେ ଆଲୋଡନ ସୃଷ୍ଟି ହୋଇଛି।

ପ୍ରକାଶ, ୨୦୧୬-୧୭ ଶିକ୍ଷାବର୍ଷରେ ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇଥିବା ୨୦ଜଣ ବିଦ୍ୟାର୍ଥୀ ସ୍ନାତକ ସାର୍ଟିଫିକେଟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିନଥିଲେ। ଏଥିନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କୁଳପତି ସମ୍ପୃକ୍ତ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ବିଶ୍ୱବିଦ୍ୟାଳୟ ସିିସିଡ଼ି ପ୍ରଫେସର ସଙ୍ଗୀତା ରଥଙ୍କ ଅଧ୍ୟକ୍ଷତାରେ ଅଧ୍ୟାପିକା ଡ.ଅସୀମା ସାହୁ ଓ ଅଧ୍ୟାପକ ଡ.ଶୁଭ୍ରପ୍ରକାଶ ଦାଶ ଏହି ଘଟଣାର ତଦନ୍ତ କରିଥିଲେ। ମୋଟ ୨୦ ବିଦ୍ୟାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ କରିବା ପରେ ୫ଜଣ ବିଦ୍ୟାର୍ଥୀ ସ୍ନାତକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ଏହି ୫ଜଣ ବିଦ୍ୟାର୍ଥ +୩ ରେଭେନ୍ସାରେ ପଢୁଥିଲେ। ସେମାନେ ଫେଲ ହୋଇ ଏମବିଏରେ ନାମ ଲେଖାଇବାରେ ସଫଳ ହୋଇଥିଲେ। ଏହି କମିଟି କୁଳପତିଙ୍କୁ ରିପୋର୍ଟ ଦେବା ପରେ କୁଳସଚିବ ମହେଶ୍ୱର ଅଗସ୍ତି ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ନାମ ଲେଖା ରଦ୍ଦ କରିଛନ୍ତିି। ଏହି ଆଦେଶକୁ ଜରୁରୀ ଭିତ୍ତିରେ କାର୍ଯ୍ୟକାରୀ କରିବା ପାଇଁ କୁଳସଚିବ ଶ୍ରୀ ଅଗସ୍ତି ନୋଟିସ ଜାରି କରିଛନ୍ତି। ଏହି ବିଦ୍ୟାର୍ଥୀମାନେ ଗୁରୁବାରଠାରୁ ବିଶ୍ୱିଦ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁଁ। ବିଦ୍ୟାର୍ଥୀଙ୍କ ନାମଲେଖା ଓ ପରିଚୟପତ୍ର ବାତିଲ କରାଯାଇଛି। ନାମଲେଖା ବାତିଲ ସଂକ୍ରାନ୍ତରେ ସଂପୃକ୍ତ ୫ ଛାତ୍ରଙ୍କୁ ଅବଗତ କରାଯାଇଛି। ଏହି ପାଞ୍ଚଜଣ ବିଦ୍ୟାର୍ଥୀ ଏମବିଏ ଶେଷ ବର୍ଷର ଛାତ୍ର। ପ୍ରତି ବିଦ୍ୟାର୍ଥୀ ନାମଲେଖା ବାବଦରେ ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି।

- Advertisement -

ଏମ୍‌ବିଏ ସେଲଫ ଫାଇନାସିଂ ପାଠ୍ୟକ୍ରମରେ ନାମଲେଖା ସମୟରେ ବିନା କଣ୍ଡକ୍ଟ, କଲେଜ ଲିଭିଙ୍ଗ(ସିଏଲସି) ପ୍ରମାଣପତ୍ରରେ ବିଦ୍ୟାର୍ଥୀଙ୍କୁ ନାମଲେଖା ପାଇଁ ଅନୁମତି କିପରି ଦିଆଗଲା ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର ବିଷୟ ବିଦ୍ୟାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ସେମାନଙ୍କୁ ନାମ ଲେଖାଇବାରେ ସହାୟତା କରିଥିବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୬-୧୭ ଶିକ୍ଷା ବର୍ଷ ପୂର୍ବରୁ ନାମଲେଖା ପ୍ରକ୍ରିୟା ବିଶ୍ୱବିଦ୍ୟାଳୟର ମିଳିତ ଭାବେ ହେଉଥିଲା। ବିଭାଗଗୁଡ଼ିକୁ ନାମଲେଖା ଦାୟିତ୍ୱ ଦିଆଯିବା ଦ୍ୱାରା ନାମଲେଖାରେ ବିଭ୍ରାଟ ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ କୁଳପତି ଶ୍ରୀ ପାତ୍ରଙ୍କୁ ପଚାରିବାରୁ କମିଟି ରିପୋର୍ଟ ଆଧାରରେ ପାଞ୍ଚ ଛାତ୍ରଙ୍କ ନାମଲେଖାକୁ ବାତିଲ କରିଦିଆଯାଇଛି। ପ୍ରାଥମିକ ରିପୋର୍ଟରୁ ବିଭାଗର ତିନି ବରିଷ୍ଠ ଅଧିକାରୀ ସଂପୃକ୍ତ ଅଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ପାଇଁ ବିଚାର କରାଯାଉଥିବା ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories