ଆଣବିକ ସହଯୋଗ କ୍ଷେତ୍ରରେ ମିଳିତ ଭାବେ କାମ କରିବେ ଭାରତ ଓ ଆମେରିକା

0

ନୂଆଦିଲ୍ଲୀ: ନିରାପତ୍ତା ଓ ବେସାମରିକ ଆଣବିକ ସହଯୋଗ କ୍ଷେତ୍ରରେ ମିଳିତ ଭାବେ କାମ କରିବାକୁ ଭାରତ ଓ ଆମେରିକା ସହମତି ପ୍ରକାଶ କରିଛନ୍ତି। ଆମେରିକା ଭାରତରେ ୬ଟି ଆଣବିକ ଶକ୍ତିକେନ୍ଦ୍ର ସ୍ଥାପନ କରିବାକୁ ରାଜି ହୋଇଛି। ୱାଶିଂଟନ୍‍ ଡିସିଠାରେ ଭାରତ ଓ ଆମେରିକା ମଧ୍ୟରେ ନବମ ପର୍ଯ୍ୟାୟ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ପର୍କିତ ଆଲୋଚନାରେ ଏହି ବିଷୟରେ ଘୋଷଣା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ସଚିବ ବିଜୟ ଗୋଖଲେ ଏବଂ ଆମେରିକା ପକ୍ଷରୁ ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗର ଅନୁସଚିବ ଆଣ୍ଡ୍ରିଆ ଥମ୍‍ସନ୍‍ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଉଭୟ ପକ୍ଷ ଆଣବିକ ପ୍ରସାର ନିରୋଧ ପ୍ରୟାସ ପ୍ରତି ଦେଖାଦେଇଥିବା ଆହ୍ୱାନ, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ଆନ୍ତର୍ଜାତିକ ନିରାପତ୍ତା ଉପରେ କଥାବାର୍ତ୍ତା କରିଥିଲେ।

Leave A Reply