ବିଜେଡ଼ିରୁ ଇସ୍ତଫା ଦେଲେ ବଳଭଦ୍ର ମାଝୀ
ଭୁବନେଶ୍ବର : ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି। ଦଳ ଅଣଦେଖା କରିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ଦିଆଗଲାନାହିଁ ବୋଲି କହିଛନ୍ତି ବଳଭଦ୍ର। ତେବେ ଇସ୍ତଫା ଦେବା ପରେ ସେ କେଉଁ ଦଳକୁ ଯିବେ ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି। ମୁଖ୍ୟମନ୍ତ୍ରୀ ବେଶ୍ ଭଲ କାମ କରିଛନ୍ତି ଓ ନବୀନ ମୋ ଆଦର୍ଶ ବୋଲି କହିଛନ୍ତି ବଳଭଦ୍ର।
ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନରେ ବିଜେଡ଼ି ଟିକେଟରେ ବଳଭଦ୍ର କଂଗ୍ରେସର ପ୍ରଦୀପ ମାଝୀଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।