www.samajalive.in
Monday, December 8, 2025
24.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆୟୁର୍ବେଦର କିଛି ଟିପ୍ସ

ଆୟୁର୍ବେଦରେ ଯେକୌଣସି ରୋଗର ଚିକିତ୍ସା କରାଯାଇ ପାରେ। ଏହା ସ୍ବାସ୍ଥ୍ୟ ଠିକ କରିବା ସହ ଶରୀରର ଅନେକ ଉପକାର କରିଥାଏ। ଆୟୁର୍ବେଦରେ ସ୍ବାସ୍ଥ୍ୟ ପାଇଁ କିଛି ଟିପ୍ସ ରହିଛି। ତାହାକୁ ମାନିବା ଦ୍ବାରା ପ୍ରତ୍ୟେକ ବ୍ୟକ୍ତି ରୋଗ ଠାରୁ ଦୂରେଇ ରହିପାରିବେ।

ଆସନ୍ତୁ ଜାଣିବା ଟିପ୍ସଗୁଡିକ ସମ୍ବନ୍ଧରେ ..

- Advertisement -

ପ୍ରତିଦିନ ସକାଳୁ ଉଠି ଉଷୁମ ପାଣି ପିଇବା ଉଚିତ। ଏହାକୁ ଆସ୍ତେ ଆସ୍ତେ ପିଇବା ଉଚିତ। ପାଣି ପିଇବା ବେଳେ ସର୍ବଦା ବସି ପିଇବା ଉଚିତ।

ଖାଦ୍ୟ ଖାଇବା ବେଳେ ସର୍ବଦା ତାକୁ ଭଲ ଭାବେ ଚୋବାଇ ଖାଇବା ଉଚିତ। ତାପରେ ତାକୁ ଢୋକିବା ଉଚିତ। ଏପରି କରିବା ଦ୍ବାରା ଖାଦ୍ୟ ସଠିକ ଭା​‌ବେ ଶରୀରକୁ ଯାଇ ହଜମ ହୋଇପାରିବ।

ସର୍ବଦା ସଠିକ ସମୟରେ ସଠିକ ପରିମାଣରେ ଖାଦ୍ୟ ଖାଇବା ଉଚିତ। ସକାଳେ କେବେ ବି ଭୋକିଲା ରହିବା ଉଚିତ ନୁହେଁ। କାରଣ ଏହାର କୁପ୍ରଭାବ ସିଧାସଳଖ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପଡିଥାଏ।

ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତ ନାହିଁ। ଖାଇବାର ୪୦ମିନିଟ ପରେ ପାଣି ପିଇବା ଉଚିତ। ଏହାସହ ଖାଇବାର ୪୫ମିନିଟ ପୂର୍ବରୁ ପାଣି ପିଇବା ଉଚିତ।

ରାତିରେ ଶୋଇବାକୁ ଯିବା ପୂର୍ବରୁ କିଛି ସମୟ ଚାଲିବା ଉଚିତ। ଏପରି କରିବା ଦ୍ବାରା ଶରୀରର ଓଜନ ନିୟନ୍ତ୍ରିତ ରହିବା ସହ ସ୍ବାସ୍ଥ୍ୟ ଉତ୍ତମ ରହିଥାଏ।

ବେଳେବେଳେ କ୍ଷୀର ସହ ହଳଦି ମିଶାଇ ପିଇବା ଉଚିତ। କାରଣ ଏହା ଶରୀରରୁ ବ୍ୟାକ୍ଟେରିଆ ବାହାର କରିଥାଏ।

 

 

 

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories