ଗୁଜାରାଟର କଚ୍ଛରୁ ମିଳିଲା ୫୦୦୦ ବର୍ଷ ପୁରୁଣା ସମାଧିସ୍ଥଳ
ଅହମ୍ମଦାବାଦ..- ଗୁଜୁରାଟର କଚ୍ଛରୁ ୫ହଜାର ବର୍ଷ ପୁରୁଣା ସମାଧିସ୍ଥଳ ଅଂଶ ବିଶେଷ ମିଳିଛି । ଏହା ହରପ୍ପା ସଭ୍ୟତାର ହୋଇଥିବା ପ୍ରତ୍ନତତ୍ୱବିତ୍ ମତ ଦେଇଛନ୍ତି । ଏହି ଶ୍ମଶାନରେ ୨୫୦ରୁ ଅଧିକ ସମାଧି ରହିଛି । ଏହା ଆୟତାକରର ହୋଇଥିବାରୁ ହରପ୍ପା ସଭ୍ୟତାର ବୋଲି ଅନୁମାନ କରାଯାଇଛି ।
ଆଗରୁ ଗୁଜୁରାଟରୁ ମିଳିଥିବା ପ୍ରାଚୀନ ସଭ୍ୟତାର ସମାଧିସ୍ଥଳ ଗୋଲାକାର ଓ ଅର୍ଦ୍ଧଗୋଲାକାର ଥିବା ବେଳେ ପ୍ରଥମଥର ପାଇଁ ଆୟତାକାର ସମାଧିସ୍ଥଳ ମିଳିଛି । ଏହାର ଆଭାସ ମିଳିବା ପରେ ପ୍ରାୟ ୨ ମାସ ଧରି ଏଠାରେ ଖନନ କାର୍ଯ୍ୟ କରାଯାଇଥିଲା ।
କଚ୍ଛ ଜିଲାର ଲଖପତ ତହସିଲ୍ରେ ଥିବା ଖାଟିଆ ଗ୍ରାମରେ ଏହି ସମାଧିସ୍ଥଳକୁ ଆବିଷ୍କାର କରାଯାଇଛି । ଏହି ସମାଧିସ୍ଥଳ ଆୟତକାର ୩୦୦x୩୦୦ ମିଟରର । ଏଥିର ସବୁଠାରୁ ବଡ ସମାଧିର ଆକାର ୬.୯ ମିଟର ହୋଇଥିବା ବେଳେ ସବୁଠାରୁ ଛୋଟର ୧.୨ ମିଟର ।
ଏହିସ୍ଥାନରୁ ୬ ଫୁଟ ଉଚ୍ଚତାର ଏକ ମାନବ କଙ୍କାଳ ମିଳିଛି । କଚ୍ଚ ବିଶ୍ୱ ବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଧ୍ୟାପକ ସୁରେଶ ଭଣ୍ଡାରୀ ଏହି କଙ୍କାଳକୁ ବିଶ୍ୱବିଦ୍ୟାଳକୁ ଆଣାଯାଇ ଏହାର ବୟସ ଲିଙ୍ଗ ଓ ଅନ୍ୟ ବିଷୟରେ ଗବେଷଣା କରାଯାଉଥିବା କହିଛନ୍ତି । ଏହି ଖନନସ୍ଥାନରୁ ଲାଖର କଙ୍କଣ , ପଥର ଚକି ପଥରର ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଛି । ଏଠାରୁ ମାଟିରେ ତିଆରି ବିଭିନ୍ନ ବାସନ କୁସନ ମିଳିଛି ।