ମହିଳାମାନେ ଧ୍ୟାନ ଦିଅନ୍ତୁ : ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ପରିବାର ହୋଇଯିବ ତଳିତଳାନ୍ତ
ଏହା ଆମେ ସମସ୍ତେ ଜାଣନ୍ତି ଯେ, ଘରର ସୁଖ ଶାନ୍ତି ମହିଳାଙ୍କ ଉପରେ ନିର୍ଭର କରିଥାଏ। ଜଣେ ନାରୀ ଚାହିଁଲେ ଘରକୁ ସ୍ବର୍ଗରେ ପରିଣତ କରିପାରିବ ଏବଂ ପୁଣି ସେହି ନାରୀ ଘରକୁ ଛାରଖାର କରିପାରେ। ହିନ୍ଦୁ ଧର୍ମ ଅନୁସାରେ ଘରର ଝିଅ ବୋହୂଙ୍କୁ ଦେବୀ ଲକ୍ଷ୍ମୀଙ୍କର ରୂପ ବୋଲି ବିବେଚନା କରାଯାଇଥାଏ। ଏପରି ମଧ୍ୟ ମାନ୍ୟତା ରହିଛି ଯେ, ନାରୀଙ୍କ କାର୍ଯ୍ୟକଳାପ ତଥା ଅଭ୍ୟାସର ସମସ୍ତ ପ୍ରଭାବ ପରିବାର ଉପରେ ପଡ଼ିଥାଏ। କିଛି ଅଭ୍ୟାସ ଘରକୁ ସୁଖ ଓ ସମୃଦ୍ଧିରେ ଭରିଦେଉଥିବା ବେଳେ ଆଉ କିଛି କାର୍ଯ୍ୟକଳାପ ବା ଅଭ୍ୟାସ ଘରେ ଅଭାବ ଅନଟନ ଓ ଦୁଃଖ ଭରିଦିଏ। ତେବେ ଚାଲନ୍ତୁ ଜାଣିବା ଘରର ଝିଅ ଏବଂ ବୋହୂମାନେ କେଉଁ ସବୁ କାର୍ଯ୍ୟ କରିବା ଆଦୌ ଉଚିତ ନୁହେଁ –
-ଘରର ମହିଳାମାନେ ଝାଡୁକୁ ପାଦରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ। କାରଣ ଏଥିରେ ଲକ୍ଷ୍ମୀ ବାସ କରିଥା’ନ୍ତି ବୋଲି କୁହାଯାଇଥାଏ ଓ ଏପରି କରିବା ଦ୍ବାରା ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି।
-ଅଇଁଠା ବାସନକୁ କେବେହେଲେ ରାତିରେ ରୋଷେଇ ଘରେ ପକାଇ ଶୁଅନ୍ତୁ ନାହିଁ। ସବୁବେଳେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା ସୁତୁରା କରି ଶୁଅନ୍ତୁ। ନଚେତ୍ ଏହା ଦ୍ରାରିଦ୍ର୍ୟତା ଏବଂ ଦୁଃଖର କାରଣ ପାଲଟିଯିବ।
-ଘରର ମହିଳାମାନେ କେବେହେଲେ କବାଟକୁ ଗୋଡ଼ ଲଗାଇ ଖୋଲନ୍ତୁ ନାହିଁ। ଏପରି କରିବା ଦ୍ବାରା ଧନ ଦେବୀ କ୍ରୋଧିତ ହୋଇଯାଆନ୍ତି। ଶାସ୍ତ୍ରରେ ମଧ୍ୟ ଏହାକୁ ବହୁତ ଖରାପ ବୋଲି କୁହାଯାଇଛି।
-କେବେହେଲେ ମହିଳାମାନେ ଘରର ଏରୁଣ୍ଡି ବନ୍ଧରେ ବସିବା ଉଚିତ ନୁହେଁ। ଏହା ଦ୍ବାରା ଲକ୍ଷ୍ମୀଛଡ଼ା ହେବାର ସମ୍ଭାବନା ରହିଥାଏ।