www.samajalive.in
Sunday, December 7, 2025
23.1 C
Bhubaneswar

ଗୋବରରୁ ଘସି ପ୍ରସ୍ତୁତ କରୁଥିବା ନଜର ଆସିଲେ ‘ସାଣ୍ଡ୍‍ କି ଆଁଖ୍‍’ର ଅଭିନେତ୍ରୀ

ମୁମ୍ବଇ : ତାପସୀ ପନ୍ନୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାଣ୍ଡ୍‍ କି ଆଁଖ୍‍’ର ଏକ ଫଟୋ ସୋମବାର ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ନିଜର ଅଫିସିଆଲ୍‍ ଟ୍ୱିଟର୍‍ ହ୍ୟାଣ୍ଡେଲ ଜରିଆରେ ଏହି ଫଟୋ ଶେୟାର କରିଛନ୍ତି। ଚଳଚ୍ଚିତ୍ରରେ ତାପସୀଙ୍କ ସହ ଭୂମି ପେଡନେକର୍‍ ମଧ୍ୟ ଅଭିନୟ କରିଛନ୍ତି। ଏହି ଫଟୋରେ ଦୁଇ ଜଣ ମହିଳା ଗାଉଁଲୀ ବେଶଭୂଷାରେ ଗୋବରରୁ ଜାଳେଣି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଦୁଇ ମହିଳାଙ୍କ ମୁହଁ ଦେଖା ଯାଉନଥିଲେ ମଧ୍ୟ ଅନୁମାନ କରାଯାଉଛି ଯେ ଏ ଦୁହେଁ ତାପସୀ ଓ ଭୂମି। ଏହା ପୂର୍ବରୁ ମଧ୍ୟ ଚଳଚ୍ଚିତ୍ରର ଘୋଷଣା ପୂର୍ବକ ତାପସୀ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଭୂମି ଓ ପ୍ରଯୋଜକ ଅନୁରାଗ କଶ୍ୟପଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା।

‘ସାଣ୍ଡ୍‍ କି ଆଁଖ୍‍’ ଚଳଚ୍ଚିତ୍ର ଅନୁରାଗ କଶ୍ୟପ ଓ ନିଧି ପରମାରଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣ କରାଯାଉଛି। ଏହାର ନିର୍ଦ୍ଦେଶନା ଭାର ତୁଷାର ହୀରାନନ୍ଦାନୀ ବହନ କରିଛନ୍ତି। ଚଳଚ୍ଚିତ୍ରରେ ତାପସୀ ଓ ଭୂମିଙ୍କ ବ୍ୟତୀତ ପ୍ରକାଶ ଝା ଓ ଭିନୀତ୍‍ ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ନେଇ କୌଣସି ସ୍ପଷ୍ଟୋକ୍ତି ମିଳିପାରି ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories