ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ

0

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୧୯କୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଓଡିଶା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ ନିର୍ବାଚନ ହେବାକୁ ଥିବାରୁ, ପ୍ରାର୍ଥୀପତ୍ର ଦାଖଲଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ଅଭିଯାନ ଏବଂ ସୁରକ୍ଷିତ ଭୋଟଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର. ପି. ଶର୍ମା ଅଧ୍ୟକ୍ଷତା କରିଥିଲେ। ଏଥିରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ସମସ୍ତ ଜିଲ୍ଲା ଏସପି, ଆଇବି ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

prayash

ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାଙ୍କ ପରିଦର୍ଶନ ସମୟରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବରୁ ବିଭିନ୍ନ ରାଜନୈତିକ ନେତାଙ୍କ ଉପରେ ହୋଇଥିବା ଆକ୍ରମଣର ସମୀକ୍ଷା ବୈଠକରେ କରାଯାଇଥିଲା ଏବଂ ସମ୍ଭାବିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତର୍ଜମା କରାଯାଇଥିଲା। ବିଶେଷ କରି ବୈଠକରେ ୨୩ଟି ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିବା ବେଳେ ପୁଲିସ ବାହିନୀକୁ ସଜାଗ ରହିବାକୁ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର. ପି. ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

kalyan agarbati
Leave A Reply