www.samajalive.in
Saturday, December 6, 2025
16.1 C
Bhubaneswar

ତାଳି ବଜାନ୍ତୁ, ସୁସ୍ଥ ରୁହନ୍ତୁ

ଯେତେବେଳେ ଆପଣ କୌଣସି କାରଣରୁ ଖୁସି ହୋଇ କିମ୍ବା ଅନ୍ୟକୁ ଅଭିବାଦନ ଜଣାଇବାକୁ ଇଚ୍ଛୁକ ଥାଆନ୍ତି ସେତେବେଳେ ତାଳି ବଜାଇ ଥାଆନ୍ତି। ତାଳି ବଜାଇ ନିଜର ଖୁସି ଜଣାଇବା ଉଚିତ। ଏପରି କରିବା ଦ୍ବାରା ଶରୀର ଅନେକ ରୋଗ କବଳରୁ ରକ୍ଷା ପାଇଥାଏ। ତାଳି ମାରି ଶରୀରକୁ ବିଭିନ୍ନ ଲାଭ ମିଳିଥାଏ। ଜାଣନ୍ତୁ ସେଗୁଡିକ କ’ଣ ..

ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେକ ସହ ଜଡିତ। ତେଣୁ ତାଳି ବଜାଇବା ଦ୍ବାରା ମୁଖ୍ୟତଃ ଶରୀରର କିଛି ଅଂଶର ଦରଜ ଲାଘବ ହୋଇଯାଏ। ବ୍ୟକ୍ତିମାନେ ବିଭିନ୍ନ ଶୈଳୀରେ ତାଳି ବଜାଇଥାଆନ୍ତି। ଏହାକୁ ଏକ ପ୍ରକାରର ଥେରାପି କୁହାଯାଏ। ସଠିକ ଶୈଳୀ​‌‌ରେ ତାଳି ବଜାଇବା ଉଚିତ।

- Advertisement -

ତାଳି ବଜାଇବାର ସଠିକ ଉପାୟ :

ସର୍ବଦା ହାତରେ ଆପଣ ସୋରିଷ କିମ୍ବା ନଡିଆ ତେଲ ବ୍ୟବହାର କରି ଥାଆନ୍ତି।। ତାହା ହାତରେ ସମ୍ପୂର୍ଣ୍ଣ ଭାବେ ରହିଯାଇଥାଏ। ତାଳି ବଜାଇବା ବେଳେ ଦୁଇ ହାତକୁ ପରସ୍ପରର ସମ୍ମୁଖୀନ କରିବା ଉଚିତ। ତାଳି ବଜାଇବା ବେଳେ ପାପୁଲି ପରସ୍ପରର ମୁହାଁମୁହିଁ ହୋଇ ରହିବା ଉଚିତ। ତାଳି  ଏପରି ବଜାନ୍ତୁ ଯେପରି ପାପୁଲି ଓ ଆଙ୍ଗୁଳୀ ପରସ୍ପର ସହ ସ୍ପର୍ଶ ହୋଇପାରିବେ। ଏହିପରି ତାଳି  ବଜାଇବା ଦ୍ବାରା ଶରୀରକୁ ଅନେକ ଲାଭ ପହଞ୍ଚେ। ପ୍ରତିଦିନ ସକାଳେ ୨୦ରୁ ୩୦ମିନିଟ ପର୍ଯ୍ୟନ୍ତ ତାଳି ବଜାଇବା ଉଚିତ। ଏହାଦ୍ବାରା ଆପଣ ସୁସ୍ଥ ରହିବା ସହ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ହୋଇଯିବେ। ତାଳି ବଜାଇବା ଦ୍ବାରା ରକ୍ତ ଠିକ ଭାବେ ପ୍ରବାହିତ ହୋଇଥାଏ। ଏହାସହ ରକ୍ତ ଧମନୀ ଓ ଶିରାରେ ଥିବା ଖରାପ କୋଲେଷ୍ଟ୍ରୋଲ ପରି ଅନେକ ଅସୁବିଧାରୁ ମୁକ୍ତି ଦେଇଥାଏ।

ଯେଉଁମାନଙ୍କର ଆଜମା ସମସ୍ୟା ଥିବ ସେମାନେ ସକାଳୁ ଉଠି ତାଳି ମାରିବା ଉଚିତ। ଏପରି କରିବା ଦ୍ବାରା ପିଠି, ବେକ ଓ ଆଣ୍ଠୁଗଣ୍ଠି ଦରଜ ପରି ସମସ୍ୟାରୁ ଲାଘବ ମିଳିବ। ରକ୍ତଚାପ ଥିବା ବ୍ୟକ୍ତିମାନେ ମଧ୍ୟ ତାଳି ବଜାଇବା ଲାଭଦାୟକ ହୋଇଥାଏ। ତାଳି ବଜାଇବା ଦ୍ବାରା ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories