www.samajalive.in
Monday, December 15, 2025
14.1 C
Bhubaneswar

ବାଣୀବିହାରରେ ଚଢ଼ଉ: ୬୦ ଅଣଛାତ୍ରଙ୍କୁ ବିଦା କଲା ପୁଲିସ

ଭୁବନେଶ୍ବର: ବାଣୀବିହାରର ୩ ମହଲା ବିଶିଷ୍ଟ ଛାତ୍ରବାସ ନଂ-୭ ପାଲଟିଛି ଅଣଛାତ୍ରଙ୍କ ଆଡ୍ଡାସ୍ଥଳ। ରବିବାର ସଙ୍ଗଠିତ ଭାବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସ ମିଳିତ ଚଢ଼ଉ ବେଳେ ଏହି ତଥ୍ୟ ପଦାକୁ ଆସିଛି। ବିଶେଷକରି ସହିଦନଗର ଥାନା ଘଟଣା ପରେ ପୁଲିସର ହଠାତ ବାଣୀବିହାର ଉପରେ ଚଢ଼ଉ ଉକ୍ତ ପ୍ରସଙ୍ଗର ଉଷ୍ମତାକୁ ଏବେ ବଢ଼ାଇଦେଇଛି।
ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ଏହି ଚଢ଼ଉ ବେଳେ ସହିଦନଗର ଥାନା ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ସେଠାରୁ ଧରିବାରେ ସମର୍ଥ ହୋଇଥିଲା। ଅଣଛାତ୍ରଙ୍କୁ ସାବାଡ଼ କରିବା ପାଇଁ ପୁଲିସ ବିଦ୍ଧିବଧ ଭାବେ କରିଥିବା ଯୋଜନା ଏହି ଘଟଣାରୁ ସ୍ପଷ୍ଟ ହେଇଛି।
ରବିବାର ଚଢଉ ବେଳେ ଯାହା ଦେଖିବାକୁ ମିଳିଥିଲା ସେଥିରେ ମୁଣ୍ଡ ନଇଁ ଯାଇଥିଲା। ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଏହି ଛାତ୍ରାବାସ ଅଣଛାତ୍ରଙ୍କ ଆଡ୍ଡାସ୍ଥଳ ପାଲଟିଛି ବୋଲି ଜଣାପଡିଥିଲା । ୨୦୧୫ରେ ପ୍ରତିଷ୍ଠା ହୋଇଥିବା ଏହି ଛାତ୍ରାବାସର ମୋଟ୍‌ ୭୯ଟି ରୁମ୍‌ ଓ ୩ଟି ହଲ୍‌ ରହିଛି। ଏଥିରେ ୩୦୦ଶହ ଛାତ୍ର ରହିବାର କ୍ଷମତା ରହିଛି। ତେବେ ବର୍ତ୍ତମାନ ମାତ୍ର ୫ ଛାତ୍ରଙ୍କୁ କର୍ତ୍ତୃପକ୍ଷ ରହିବାକୁ ଅନୁମତି ଦେଇଥିଲେ। କିଛି ଦିନ ତଳେ ସେମାନଙ୍କୁ ଅନ୍ୟ ଛାତ୍ରାବାସକୁ ଚାଲିଯିବାକୁ କୁହାଯାଇଥିଲା। ସେମାନେ ଯାଇ ନ ଥିଲେ ​‌​ହେଲେ ସେମାନଙ୍କ ବ୍ୟତୀତ ଶତାଧିକ ଅଣଛାତ୍ର ଉକ୍ତ ଛାତ୍ରାବାସରେ ରହୁଥିବା ଦେଖାଯାଇଥିଲେ। ଏକପ୍ରକାର ଅଣଛାତ୍ରଙ୍କ କବ୍‌ଜା​‌ରେ ଥିଲା ଏହି ଛାତ୍ରବାସ। ବିଶ୍ବବିଦ୍ୟାଳୟ ରେସିଡେଣ୍ଟ କମିଟିର ନିଷ୍ପତ୍ତିକ୍ରମେ ରବିବାର ଏହି ଉଚ୍ଛେଦ କରାଯାଇଥିଲା। ଅନୁମତି ଥିବା ୫ ଅନ୍ତେବାସୀଙ୍କୁ ୪ ନମ୍ବର ଛାତ୍ରାବାସକୁ ସ୍ଥାନାନ୍ତର କରାଯିବା ସହ ରବିବାର ସନ୍ଧ୍ୟା ସୁଦ୍ଧା ଛାତ୍ରାବାସରେ ଥିବା ଅଣଛାତ୍ରଙ୍କୁ ପୁଲିସ ଉପସ୍ଥିତିରେ ବିଦା କରାଯାଇ ତାଲା ପକାଯାଇଥିଲା ।
କୁଳସଚିବଙ୍କ ନେତୃତ୍ବରେ ପିଜି କାଉନସିଲ୍ ଚେୟାରମ୍ୟାନ୍‌ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ୱାର୍ଡେନ୍‌ ପ୍ରଫେସର ପୁଷ୍ପାଞ୍ଜଳି ଜେନା, ବିଶ୍ବବିଦ୍ୟାଳୟ ଉନ୍ନୟନ ଅଧିକାରୀ ସନ୍ତୋଷ ତ୍ରିପାଠୀ, ପ୍ରଫେସର ଜେ.ଦଣ୍ଡପାଟ, ପ୍ରଫେସର.ଏ.ବି ଦାସ, ପ୍ରଫେସର ବସନ୍ତ ମଲ୍ଲିକ, ହିମାଂଶୁ ରାଉତ, କୀର୍ତ୍ତି ମଲ୍ଲିକଙ୍କ ସମେତ ପ୍ରାୟ ୪୦ ଜଣ ଅଧିକାରୀ ଏହି ଉଚ୍ଛେଦରେ ସାମିଲ ହୋଇଥିଲେ। ବରିଷ୍ଠ ପୁଲିସ ଅଧିକାରୀ ଜିତେନ୍ଦ୍ରନାଥ ସେଠୀ,ନୂଆପଲ୍ଲୀ ଥାନା ଅଧିକାରୀଙ୍କ ଅରୁଣ କୁମାର ସ୍ବାଇଁଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଯାଞ୍ଚରେ ସାମିଲ ହୋଇଥିଲେ।
ଛାତ୍ରବାସଗୁଡ଼ିକରୁ ଅଣଛାତ୍ରଙ୍କୁ ହଟାଇବା ଲାଗି କର୍ତ୍ତୃପକ୍ଷଙ୍କୁ ସମସ୍ତପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories