www.samajalive.in
Sunday, December 14, 2025
17.1 C
Bhubaneswar

ବାଙ୍କୀ ବିଜେପିରେ ମିଶ୍ରଣ ପର୍ବ

କଳାପଥର(ବାଙ୍କୀ): ବାଙ୍କୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଦିମାତା ଛକସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଦଳକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମା’ଚର୍ଚ୍ଚିକା ଟ୍ୟାକ୍ସି ସଂଘର କେତକ ସଭ୍ୟ ବାଙ୍କୀ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରି କମିଟି ସଦସ୍ୟ ଶୁଭ୍ରାଂଶୁ ମୋହାନ ପାଢୀଙ୍କ ନେତୃତ୍ୱରେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ତଥା ଦୃତ ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସାମିଲ ହୋଇଛନ୍ତି। ବିଜେପିରେ ସକ୍ରିୟ ସଦସ୍ୟଭାବେ ଯୋଗଦେଇଥିବା ସରୋଜ କୁମାର ନାୟକ, ଜୀବନ କୁମାର ରାଉତ, କିରଣ କୁମାର ସାହୁ, ରାଜେଶ ମଲ୍ଲିକ, ଦେବାଶିଷ ଧଳ , ଲକ୍ଷ୍ମୀଧର ମହାପାତ୍ର, ଦୀପକ କୁମାର ରାଉତ, ସୌରଭ କୁମାର ନାୟକ, ଆଖଣ୍ଡଳ ମଣି ନନ୍ଦ, ଅନିଲ କୁମାର ମହାନ୍ତି, ସୁରେଶ କୁମାର ସେଠ, ସାଗର ରଣା, ପ୍ରଦୀପ କୁମାର ପୃଷ୍ଟି, ଅରୁଣ କୁମାର ନାୟକ, କହ୍ନେଇ ସେଠଙ୍କ ସମେତ ଉପସ୍ଥିତ ଥିବା ବହୁସଭ୍ୟମାନଙ୍କୁ ଦଳୀୟ ଟୋପି ଓ ଉତ୍ତରିୟ ଶ୍ରୀ ପାଢୀ ପିନ୍ଧାଇ ବନ୍ଦେମାତରମ୍‍ ସ୍ଳୋଗାନ ଦେଇ ଅତ୍ୟନ୍ତ ଉତ୍ସାହିତ ହୋଇ ସଂକଳ୍ପ ଗ୍ରହଣ କରିଥିଲେ। ବିଜେପିର ମୁଖ୍ୟ ସଂଯୋଜକ ଲକ୍ଷ୍ମୀଧର ବେହେରା , ଶିବପସାଦ ମାଝୀ, ନିରଞ୍ଜନ ବେହେରା, ଅଜିତ ସୁବୁଦ୍ଧି, ରମାକାନ୍ତ ସାହୁ, ପ୍ରଣବ ମହାପାତ୍ର, ସଂଜୟ ରଣା, କମଳାକାନ୍ତ ପ୍ରହରାଜଙ୍କ ସମେତ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories