www.samajalive.in
Monday, December 15, 2025
24.1 C
Bhubaneswar

ଜାପାନର ୧୧୬ ବର୍ଷୀୟ ମହିଳା ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି

ଟୋକିଓ ..- ଜାପାନର ୧୧୬ ବର୍ଷୀୟା ମହିଳା ବିସ୍ୱର ସବୁଠାରୁ  ବୟସ୍କ ଜୀବିତ ବ୍ୟକ୍ତି । ତାନାକା ନାମକ ମହିଳା ନିଜ ପିତା ମାତାଙ୍କର ସପ୍ତମ ସନ୍ତାନ । ୧୯୦୩ ମସିହା ଜାନୁଆରୀ ୨ ରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୨୨ ମସିହାରେ ତାଙ୍କର ବିବାହ ହୋଇଥିଲା  । ତାନକାଙ୍କର ୪ ଜଣ ସନ୍ତାନ ସନ୍ତତି ଥିବା ବେଳେ ଆଉ ଜଣଙ୍କୁ  ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।

ତାନକାଙ୍କୁ ପୂର୍ବରୁ କର୍କଟ (କ୍ୟାନସର) ସହ ଅଧିକ କୋଲେଷ୍ଟରଲ ରହିଥିବାରୁ ଦେହ ଖରାପ ହୋଇଥିଲା । ମାତ୍ର ସେ ଏଥିରୁଭଲ ହେବା ସହ ଦୀର୍ଘ ବର୍ଷ ଧରି ଜୀବିତ ଅଛନ୍ତି । ଶାନ୍ତି ଓ ସରଳ ଭାବେ ଜୀବନ ଯାପନ କରିବା ଯୋଗୁଁ ସେ ଦୀର୍ଘାୟୁ ହୋଇଥିବା ପ୍ରକାଶ କରିଛନ୍ତି ।

- Advertisement -

ଗିନିଜ୍‌ବୁକ୍ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡ ପକ୍ଷରୁ ତାଙ୍କୁ ପ୍ରମାଣ ପତ୍ର ଦିଆଯାଇଛି । ତାନାକା ଏବେ ଜାପାନର ଫୁକୁଓକାରେ ରହୁଛନ୍ତି ।

ତାନାକା ସକାଳ ୬ଟାରେ ଉଠିବା ପରେ ନିଜର ନିତ୍ୟକର୍ମ ସାରିବା ପରେ ଗଣିତ କରିଥାଆନ୍ତି । ପୂର୍ବରୁ ଆଉଜଣେ ଜାପାନୀ ମହିଳା ମିୟାକୋ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି ଥିଲେ ।  ମାତ୍ର ଗତ ବର୍ଷ ଜୁଲାଇ ମାସରେ ୧୧୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories