www.samajalive.in
Monday, December 15, 2025
15.1 C
Bhubaneswar

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ କଟାକ୍ଷ କଲେ କେଭି , ଜୟନାରାୟଣ । ରାଜନୀତି ଓ ଡ୍ରାମା କରୁଥିବା କହି କଟାକ୍ଷ କଲେ ଉଭୟ ନେତା ।

ରାଜ୍ୟରେ ବିଧାୟକ ମାନଙ୍କ ଦରମା ବଢିବ ପରେ ଏହାକୁ ଗ୍ରହଣ କରି ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ଜଣାଇଥିଲେ । ଆଜି ପ୍ରସଙ୍ଗକୁ ନେଇ ନବୀନଙ୍କୁ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ନବୀନ ରାଜନୀତି କରୁଥିବା କହି କଟାକ୍ଷ କରିଛନ୍ତି କେଭି । ସେ କହିଛନ୍ତି ଯେ, ନବୀନ ବାବୁ ବିଲ୍ ସମ୍ପର୍କରେ କହିବାକୁ ବିଧାନସଭାରେ ସୁଯୋଗ ଥିଲା । କିନ୍ତୁ ସେ ଆସିଲେ ନାହିଁ ଏବଂ ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ କେବଳ ରାଜନୀତି ବୋଲି କହି କେଭି କଟାକ୍ଷ କରିଛନ୍ତି । ସେହିପରି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କଟାକ୍ଷ କହିଛନ୍ତି ଯେ ,ନବୀନ ବାବୁ ବହୁତ ଧନୀ । ଏହା କେବଳ ଡ୍ରାମା । ତାଙ୍କ ଡ୍ରାମାକୁ ଲୋକେ ଗ୍ରହଣ କରୁ ନାହାନ୍ତି । ପ୍ରମିଳା ମଲ୍ଲିକ ବାରମ୍ବାର ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି । ସେତେବେଳେ ପ୍ରମିଳାଙ୍କ ଦାବୀକୁ ସମର୍ଥନ ଜଣାଇଥିଲେ । ତାଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଏହା ନିଜ ପାଇଁ ଲାଗୁ ନକରି ଦଳ ପାଇଁ ଲାଗୁ କରିଥିଲେ ଭଲ ହୋଇଥାନ୍ତା ବୋଲି ଜୟ କହିଛନ୍ତି । ଏହା ସହ ବିଧାନସଭାରେ ଏ ସଂକ୍ରାନ୍ତରେ ଆଲୋଚନାରେ କାହିଁକି ରହିଲେ ନହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଜୟ । ବିଧାନସଭା ଆଲୋଚନାରେ ଭାଗ ନେଇ ବିରୋଧ କରିଥିଲେ ବିଲ ପ୍ରତ୍ୟାହୃତ ହୋଇଥାନ୍ତା ବୋଲି  କହିଛନ୍ତି ଜୟ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories