ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବାରରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୧୫୫ଟି ବାର ଉପରେ ଅବକାରୀ ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ୫ଟି ଟିମ ଚଢାଉ କରିଥିଲା । ଚନ୍ଦ୍ରଶେଖରପୁରର ଦୁଇଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବକାରୀ ଟିମ୍ ଉପରେ ଆକ୍ରମଣ ଦୁଇ ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।
ବିଳମ୍ବିତ ରାତିରେ ବିଭିନ୍ନ ବାର, ରେଷ୍ଟୁରାଣ୍ଟ ଓ ବିୟର ପାର୍ଲର ଗୁଡିକରେ ଚଢାଉ କରାଯାଇଛି । ଅବକାରୀ ଅଧିକ୍ଷକ କହିଛନ୍ତି ନୂଆ ବର୍ଷ ପୂର୍ବରୁ ସମସ୍ତଙ୍କୁ ସତର୍କ କରାଇବାକୁ ଚାହୁଁଛୁ । ବାରଗୁଡିକ ସଠିକ୍ ସମୟରେ ବନ୍ଦ କରାଯାଉ, ଯୁବ ଏବଂ ବୟସ୍କମାନେ ଅତ୍ୟଧିକ ମାତ୍ରାରେ ନିଶା ସେବନ ନକରନ୍ତୁ । ସମୟର ପ୍ରାବନ୍ଧିକୁ କେହି ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ବାରର ଲାଇସେନ୍ସ ମଧ୍ୟ ଯାଞ୍ଚ କରାଯାଇଛି । ପାର୍ବଣ ଋତୁରେ ପ୍ରତିଦିନ ପାଟ୍ରୋଲିଂ କରାଯିବ, ଯିଏ ବି ନିୟମ ଭାଙ୍ଗିବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।



