www.samajalive.in
Monday, December 15, 2025
15.1 C
Bhubaneswar

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ ଗ୍ରାପ୍‌-୩ କଟକଣା ଲାଗୁ କରାଯାଇଛି। ଶନିବାର ଦିଲ୍ଲୀର ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବା ଜଣାପଡିଛି। ୱାଜିରପୁରରେ ଏକ୍ୟୁଆଇ ୪୪୩ ରେକର୍ଡ କରାଯାଇଥିବାବେଳେ ଜାହାଙ୍ଗୀରପୁରୀରେ ୪୩୯, ବିବେକ ବିହାରରେ ୪୩୭, ଆନନ୍ଦ ବିହାରରେ ୪୩୫, ବୁରାରି କ୍ରସିଂରେ ୪୧୫, ଚାନ୍ଦିନୀଚୌକରେ ୪୧୯, ଘାଜିପୁରରେ ୪୩୫, ଆରକେ ପୁରମରେ ୪୦୪ ଏବଂ ରୋହିଣୀରେ ଏହା ୪୩୬ ରହିଥିଲା। ବର୍ତ୍ତମାନ ଗ୍ରାପ୍‌- ୩ କଟକଣା ଲାଗୁ କରାଯାଇଥିବାରୁ ସହରରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ପୁରୁଣା ଡିଜେଲ ଚାଳିତ ଭାରୀଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହାଇବ୍ରିଡ ମୋଡ୍‌ରେ ଶିକ୍ଷାଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବାକୁ ଘରୋଇ କମ୍ପାନୀଗୁଡିକୁ ନିର୍ଦେଶ ଦିଆଯାଇଛି।

ସହରର ପ୍ରମୁଖ ଅଞ୍ଚଳର ସଡକରେ ଜଳ ସିିଞ୍ଚନ କାର୍ଯ୍ୟ ଜାରି ରହିଛି। ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଆଜ୍‌ମା (ଶ୍ବାସ) ରୋଗରେ ଆକ୍ରାନ୍ତ ସେମାନେ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି। ସକାଳେ ଓ ସନ୍ଧ୍ୟାରେ ପ୍ରବଳ କୁହୁଡିର ପ୍ରଭାବ ଦେଖିବାକୁ ମିଳିଛି। ଏଥିପାଇଁ ବିମାନ ଓ ଟ୍ରେନ ସେବା ବାଧାପ୍ରାପ୍ତ ହୋଇନଥିଲେ ସୁଦ୍ଧା ଆଗାମୀ ଦିନରେ ସ୍ଥିତି କ’ଣ ହେବ କହିହେଉ ନାହିଁ। ଶୁକ୍ରବାର ମଧ୍ୟ ଦିଲ୍ଲୀର ଆକାଶ ଧୂଆଁ ଓ କୁହୁଡିରେ ଆଚ୍ଛାଦିତ ହୋଇପଡିଥିଲା। ସହରର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୩୮୬-୩୯୦ ମଧ୍ୟରେ ରେକର୍ଡ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories