www.samajalive.in
Sunday, December 14, 2025
19.1 C
Bhubaneswar

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖଦ ରହିବ। ମଙ୍ଗଳବାର ଓ ବୁଧବାର ନିର୍ଦିଷ୍ଟ ଲକ୍ଷ୍ୟ ରଖି ଆଗକୁ ବଢ଼ିବେ। ଗୁରୁଜନମାନଙ୍କ ପରାମର୍ଶ ଲୋଡ଼ିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ମଧ୍ୟମ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।

ବୃଷ: ରବିବାର ଓ ସୋମବାର ଭାବିଥିବା କାମ ପୂରା କରିବାକୁ ଚେଷ୍ଟା କରିବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ଯିବ। ମଙ୍ଗଳବାର ଓ ବୁଧବାର ଦୂର ଦେଶ ଭ୍ରମଣ କରିବାକୁ ଯାଇପାରନ୍ତି। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। କୋର୍ଟ କଚେରି ଜନିତ ସମସ୍ୟାରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଶ୍ରୀ ମହାଲକ୍ଷ୍ମୀ ନମଃ ମନ୍ତ୍ର ଜପ କରନ୍ତୁ।

- Advertisement -

ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। ଶତ୍ରୁ ଦ୍ବାରା ପରାଭୂତ ହେବେ। ମାନହାନି ହୋଇପାରେ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ। ଶୁକ୍ରବାର ଓ ଶନିବାର ପରିଶ୍ରମଜନିତ କ୍ଳେଶ ଦେଖାଦେବ। ଆୟ ମଧ୍ୟମ ରହିବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ରନାମ ପାଠ କରନ୍ତୁ।

କର୍କଟ: ରବିବାର ସୃଜନଶୀଳ ପ୍ରତିଭାର ବିକାଶ ହେବ। ସୋମବାର ଓ ମଙ୍ଗଳବାର ବ୍ୟବସାୟ କ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବୁଧବାର ଓ ଗୁରୁବାର ଯାତ୍ରାଜନିତ ସମସ୍ୟା ଦେଖାଦେଇପାରେ। ସାମାନ୍ୟ ଆଘାତ ଲାଗିପାରେ। ଶୁକ୍ରବାର ଓ ଶନିବାର ପ୍ରତିଭାର ପରିସ୍ଫୁଟନ ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କୂଟନୀତି ପ୍ରୟୋଗ କରି ଶତ୍ରୁକୁ ପରାସ୍ତ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବୁଧବାର ଓ ଗୁରୁବାର ସନ୍ତାନମାନଙ୍କ ପାଠପଢ଼ାରେ ଧ୍ୟାନ ଦେବେ। କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଶୁକ୍ରବାର ଓ ଶନିବାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଚକ୍ଷୁଜନିତ ସମସ୍ୟା ​‌େ​‌ଦଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ।

କନ୍ୟା: ରବିବାର ଓ ସୋମବାର ପ୍ରେମରେ ସଫଳତା ପାଇବେ। ବକେୟା ଅର୍ଥ ପ୍ରାପ୍ତି ହୋଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସନ୍ତାନମାନଙ୍କୁ ନେଇ ଗର୍ବିତ ହେବେ। ସୁଖ ସମୃଦ୍ଧି ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ବ୍ୟବସାୟ କ୍ଷେତ୍ରରେ ଅଧିକ ପୁଞ୍ଜି ଲଗାଇବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।

ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ପିଲାମାନଙ୍କୁ ନେଇ ଚିନ୍ତା ପ୍ରକଟ ହେବ। ବିବାଦର ସମ୍ମୁଖୀନ ହେବେ। ଦ୍ରବ୍ୟ ଚୋରି ହୋଇପାରେ। ବୁଧବାର ଓ ଗୁରୁବାର ନୂତନ କାର୍ଯ୍ୟରେ ଯୋଗଦେବେ। ସମାଜସେବା ପାଇଁ ଆଗ୍ରହ ପ୍ରକାଶ କରିବେ। ଶୁକ୍ରବାର ଓ ଶନିବାର ଚାକିରି କ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କନକ ଧାରା ସ୍ତୋତ୍ର ପାଠ କରନ୍ତୁ।

ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳ ପ୍ରାପ୍ତି ହେବେ। ଆୟ ଓ ବ୍ୟୟ ସମାନ ରହିବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ସାହିତ୍ୟ ଓ ସଙ୍ଗୀତରେ ରୁଚି ରଖିବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଯାନବାହନରେ ତ୍ରୁଟି ଦେଖାଦେବ। ଶତ୍ରୁ ବୃଦ୍ଧି ହେବେ। ପାରିବାରିକ କଳହ ଦେଖାଦେବ। ବୁଧବାର ଓ ଗୁରୁବାର ଅତୀତର କର୍ମକୁ ନେଇ ଆନନ୍ଦିତ ହେବେ। ଲୋକ ସମ୍ପର୍କ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ବାକ୍‌ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟରେ ଦ୍ବନ୍ଦ୍ବ ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।

ମକର: ରବିବାର ଓ ସୋମବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବନ୍ଧୁଙ୍କ ଗହଣରେ ସମୟ ବିତିବ। ମଙ୍ଗଳବାର ଓ ବୁଧବାର ସମୟୋପଯୋଗୀ କାର୍ଯ୍ୟ କରି ପ୍ରଶଂସିତ ହେବେ। ପରୋପକାରୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଯାତ୍ରାଜନିତ ସଫଳତା ଲାଭ ହେବ। ନୂତନ ଚିନ୍ତାଧାରା ଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।

କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଅତ୍ୟଧିକ ଖର୍ଚ୍ଚ ଆପଣଙ୍କୁ ଚିନ୍ତାରେ ପକାଇବ। ମାନସିକ ଅବସାଦ ଦେଖାଦେବ। ବୁଧବାର ଓ ଗୁରୁବାର ପ୍ରତିଷ୍ଠା ଲାଭ କରିବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳନ୍ତୁ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀଙ୍କ କବଚ ପାଠ କରନ୍ତୁ।

ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସୁସମ୍ବାଦ ପ୍ରାପ୍ତ ହେବ। ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଶୁକ୍ରବାର ଓ ଶନିବାର ସମସ୍ୟା ଦୂର ପାଇଁ ପ୍ରୟାସ କରିବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦିତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories