www.samajalive.in
Monday, December 15, 2025
27.1 C
Bhubaneswar

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ଆଧ୍ୟାତ୍ମିକ ପଥର ପଥିକ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ସ୍ବାଭିମାନର ସହ କର୍ମପ୍ରବର ହେବେ। ସୁସ୍ଥ ରହିବେ।

ବୃଷ: ଭାଷାକୁ ନମନୀୟ ଓ କମନୀୟ କରି ଅସୁସ୍ଥଙ୍କୁ ଆଶ୍ବାସନା ଦେବା ସହିତ ସେବାରେ ସନ୍ତୁଷ୍ଟ କରିପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି କରିବେ। ପତ୍ନୀ ସହାୟିକା ହେବେ।

- Advertisement -

ମିଥୁନ: ଭ୍ରାତୃତ୍ବର ନୀବିଡ଼ ବନ୍ଧନ ଶତ୍ରୁ ଦମନ କ୍ଷେତ୍ରରେ ଫଳପ୍ରସୂ ହେବ। ସରକାରୀ ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଶୈଳୀ ସେବା ମୂଳକ ହେବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବେ।

କର୍କଟ: କର୍ମଚଞ୍ଚଳ ରହିବେ। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବାଣିଜ୍ୟ କାରବାରରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି।

ସିଂହ: ପୁଣ୍ୟକର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରି ପାପତାପ ପରିହାରକ ହୋଇପାରନ୍ତି। କାର୍ଯ୍ୟ କଠିନ ହେଉ କିମ୍ବା କଷ୍ଟଦାୟକ, ନିର୍ବିକାର ଚିତ୍ତରେ ତା’ର ସମ୍ପାଦନ କରିବେ। ସେବା ଭାବନାରେ ବିଲୀନ ହେବେ।

କନ୍ୟା: ଶୂନ୍ୟ ବ୍ରହ୍ମଙ୍କଠାରେ ଲୟ ରଖି ରାଗ, ଦ୍ବେଷ, ଅଭିନିବେଶ, ଅବିଦ୍ୟା ଓ ସୃତା ରୂପକ ପଞ୍ଚକ୍ଲେଶକୁ ଦୂର କରିପାରନ୍ତି। ଶୂନ୍ୟତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ପାରଙ୍ଗମ ହେବେ।

ତୁଳା: ସୀମା ନିର୍ଣ୍ଣୟ କରି ହେଉ ନଥିବା କୀର୍ତ୍ତିର ବାହକ ହୋଇପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସନ୍ମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ।

ବିଛା: ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଆତ୍ମସଂଯମୀ ହୋଇ ଅନ୍ତଃଶକ୍ତିର ଅଭ୍ୟୁଥାନ୍‌ ଘଟାଇ ପାରନ୍ତି। ନୀତି ଓ ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବେ। ମିଷ୍ଟାନ୍ନ ଭୋଜନ ମିଳିପାରେ।

ଧନୁ: ସାଧନା ଫଳବତୀ ହେବ। ମଧୁର ବଚନରେ ପରକୁ ଆପଣାର କରିପାରନ୍ତି। ଆଧ୍ୟାତ୍ମିକ ଯିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ପରୋପକାର କରି କୃପା ନିଧାନଙ୍କ କୃପାପାତ୍ର ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି।

ମକର: ମନକୁ ସାଧିଲେ ସବୁ ସାଧ୍ୟ ହୋଇଯିବ। ସଦାଚାରୀ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସକାରାତ୍ମକ ଦୃଷ୍ଟିକୋଣ ଆପଣଙ୍କୁ ସନ୍ମାର୍ଗୀ କରିପାରେ। ଧନ ସହିତ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିପାରେ।

କୁମ୍ଭ: ଅନବଦ୍ୟ ରଚନାରେ ରୀତି ଯୁଗର ଶବ୍ବ ସମୁଦ୍ର ସୃଷ୍ଟି କରିପାରନ୍ତି। ଆର୍ଯ୍ୟ ଶ୍ରେଷ୍ଠ ଭାବେ ସମ୍ବୋଧିତ ହେବେ। ଜ୍ଞାନାଲୋକରେ ସମ୍ପୃକ୍ତି ଅନୁଷ୍ଠାନକୁ ଆଲୋକିତ କରିପାରନ୍ତି। ମାନବବାଦୀ ହୋଇପାରନ୍ତି।

ମୀନ: ଭାଗ୍ୟ ବଳରେ ବଳୀୟାନ୍‌ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ କର୍ମମାର୍ଗକୁ ଉଜ୍ଜ୍ବଳ ପ୍ରଦୀପ ସଦୃଶ ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories