www.samajalive.in
Saturday, December 13, 2025
23.1 C
Bhubaneswar

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ ଉତ୍ସବ ୨୦୨୫ ଡିସେମ୍ବର ୯ ତାରିଖ ଦିନ ବୁଦ୍ଧ ମନ୍ଦିର ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦ ନିର୍ଝର ଆନନ୍ଦ ଓ ଖୁସିର ପ୍ରତୀକ, ଯାହା ଆମ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟର ସମୃଦ୍ଧ ପରମ୍ପରାକୁ ପ୍ରୋତ୍ସାହିତ, ସଂରକ୍ଷଣ ଓ ସମୃଦ୍ଧ କରିବା ନିମନ୍ତେ ସ୍ବତନ୍ତ୍ର ଭାବରେ ଉତ୍ସର୍ଗୀକୃତ ଏକ ମଞ୍ଚ ବୋଲି ଏହି ଅବସରରେ ମତପ୍ରକାଶ ପାଇଛି।

ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସିର୍, ଡାଇରେକ୍ଟର ଏଚଆର, ଓଏଚପିସି ସନ୍ଦୀପ ପଟ୍ଟନାୟକ ଏବଂ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଆନନ୍ଦ ନିର୍ଝରର ପ୍ରତିଷ୍ଠାତା ମହେଶ୍ଵତା ମହାନ୍ତି କହିଥିଲେ, ଏକ ନୂଆ ସାଂସ୍କୃତିକ ଯାତ୍ରାର ଏହା ଅୟମାରମ୍ଭ ହୋଇଛି, ଯେଉଁ ଚାନେଲ ସଙ୍ଗୀତ, କଳା, ସଂସ୍କୃତି ଓ ସମକାଳୀନ ଚିନ୍ତାଧାରା ତଥା ଆଧ୍ୟାତ୍ମିକ ବିଷବସ୍ତୁକୁ ପ୍ରଦର୍ଶନ କରିବ। ଏହି ପ୍ଲାଟଫର୍ମ ମନୋରଞ୍ଜନ, ସୃଜଶୀଳତା ଏବଂ ଅଭିବ୍ୟକ୍ତି ଜରିଆରେ ଜନ ଜୀବନକୁ ସମୃଦ୍ଧ କରିବ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories