www.samajalive.in
Monday, December 15, 2025
14.1 C
Bhubaneswar

ଦିଲ୍ଲୀ ଫଳାଫଳ : କିଏ କେଉଁଠୁ ଜିତିଲେ ?

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀ ମହାନଗର ନିଗମ ଉପ ଫଳାଫଳ ଆଜି ଘୋଷଣା ହୋଇଛି । ଭୋଟ ଗଣତି ପରେ ରାଜ୍ୟ ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗରର ୧୨ଟି ୱାର୍ଡର ଉପନିର୍ବାଚନ ପାଇଁ ଗତ ନଭେମ୍ବର ୩୦ରେ ମତଦାନ ହୋଇଥିଲା । ଆଜି ଏହାର ଫଳାଫଳ ପ୍ରକାଶ ପାଇଛି । ଫଳାଫଳ ଅନୁସାରେ ୧୨ ଟି ଆସନରୁ ବିଜେପି ୭ଟିରେ, ଆପ୍ ୩ଟିରେ, କଂଗ୍ରେସ ଏବଂ ବାମପନ୍ଥୀ ଗୋଟିଏ ଲେଖାଏଁ ୱାର୍ଡ ଜିତିଛନ୍ତି । ସୂଚନା ଅନୁସାରେ ଦ୍ୱାରକା-ବି ଆସନରେ ବିଜେପି ପ୍ରାର୍ଥୀ ମନୀଷା ସେହରାୱତ ୯,୧୦୦ ଭୋଟରେ ବିଜୟୀ ହୋଇଛନ୍ତି । ଶାଲିମାର ବାଗ-ବି  ଆସନରେ ବିଜେପି ପ୍ରାର୍ଥୀ ଅନିତା ଜୈନ ୧୦,୧୦୧ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରେଖା ରାଣୀ ଦିଚାଉଁ କଲାନ ଆସନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଅଞ୍ଜୁମ ମଣ୍ଡଳ ଗ୍ରେଟର କୈଳାସ ୱାର୍ଡରେ ୧୭୩ ଭୋଟରେ ବିଜୟୀ ହୋଇଛନ୍ତି । ଚାନ୍ଦନୀ ଚୌକ ଆସନରେ ବିଜେପି ୧,୧୮୨ ଭୋଟରେ ବିଜୟୀ ହୋଇଛି । ଆମ ଆଦମୀ ପାର୍ଟି ମୁଣ୍ଡକା ଆସନରେ ବିଜୟୀ ହୋଇଛି । ବିଦ୍ରୋହୀ ଆପ ବିଧାୟକଙ୍କ ପ୍ରାର୍ଥୀ ଚାନ୍ଦନୀ ମହଲ ଆସନରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ସରଳା ଚୌଧୁରୀ ବିନୋଦ ନଗର ଆସନରେ ୧୭୬୯ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସର ସୁରେଶ ଚୌଧୁରୀ ସଙ୍ଗମ ବିହାର ଆସନରେ ବିଜୟୀ ହୋଇଛନ୍ତି । ଆମ ଆଦମୀ ପାର୍ଟି ଦକ୍ଷିଣପୁରୀ ଆସନରେ ବିଜୟୀ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories