www.samajalive.in
Saturday, December 6, 2025
17.1 C
Bhubaneswar

ପୁରୁଣା କାର୍ଯ୍ୟାଳୟରେ ସ୍ମୃତି ସାଉଁଟିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ଣରେ ଓଡ଼ିଶା ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିଧାନସଭାକୁ ବେଶ୍ ସୁନ୍ଦର ଭାବେ ସଜାଯାଇଛି। ବିଧାନସଭା ପରିସରରେ ଥିବା ୧୧ ନଂ ପ୍ରକୋଷ୍ଠ ଉପରେ ରହିଛି ସମସ୍ତଙ୍କ ନଜର। ଶ୍ରୀମତୀ ମୁର୍ମୁ ପରିବହନ ମନ୍ତ୍ରୀ ଥିବା ସମୟରେ ଏହି ପ୍ରକୋଷ୍ଠକୁ ନିଜ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ।

ଆଜି ଗୃହକୁ ସମ୍ବୋଧନ କରିବା ପରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ କିଛି ସମୟ ଅତିବାହିତ କରିବେ। ମନ୍ତ୍ରୀ ଭାବେ କାର୍ଯ୍ୟକାଳର ପୁରୁଣା ସ୍ମୃତି ସାଉଁଟିବେ। ସେଥିପାଇଁ ଏହି ପ୍ରକୋଷ୍ଠକୁ ସ୍ବତନ୍ତ୍ର ଭାବେ ନୂଆ ରୂପ ଦିଆଯାଇଛି। ରାଷ୍ଟ୍ରପତିଙ୍କ ବସିବା ପାଇଁ ନୂଆ ଚୌକି ଏବଂ ଟେବୁଲ ନିର୍ମାଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ପୂରା ବିଧାନସଭାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories