www.samajalive.in
Monday, December 15, 2025
14.1 C
Bhubaneswar

ଭୁବନେଶ୍ଵରରେ ଶୁଭାଂଶୁ ଶୁକ୍ଳା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ଵରରେ ପହଞ୍ଚିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଭୁବନେଶ୍ଵରର ଏକ ଘରୋଇ ବିଦ୍ୟାଳୟରେ ଅତିଥି ଭାବେ ଯୋଗ ଦେଇଛନ୍ତି ଶୁଭାଂଶୁ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶୁଭାଂଶୁ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହ ମହାକାଶର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଛନ୍ତି । ଶୁଭାଂଶୁ ଭାରତୀୟ ବାୟୁସେନା (IAF) ର ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ପରୀକ୍ଷଣ ପାଇଲଟ୍ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ମହାକାଶଚାରୀ । ୨୦୨୫ ଜୁଲାଇରେ ଶୁଭାଂଶୁ ପ୍ରଥମ ISRO ମହାକାଶଚାରୀ ଭାବେ ମହାକାଶ ଉଡ଼ାଣ ଆକ୍ସିୟମ ମିଶନ ୪ରେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପରିଦର୍ଶନ କରିଥିଲେ । ରାକେଶ ଶର୍ମାଙ୍କ ଉଡ଼ାଣ ପରେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ହେଉଛନ୍ତି ଶୁଭାଂଶୁ ଶୁକ୍ଳା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories