www.samajalive.in
Monday, December 15, 2025
16.1 C
Bhubaneswar

ନିଷେଧ ହେବ ଫେସ୍‌ବୁକ୍‌ ଇନଷ୍ଟାଗ୍ରାମ – ୧୦ ଡିସେମ୍ବରରୁ ଆଉ ଏମାନଙ୍କ ପାଇଁ ଚାଲିବନି

ସିଡ୍‌ନୀ – ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ବୟସ ସୀମାଠାରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମ ବନ୍ଦ କରିଦିଆଯିବ । ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ମଧ୍ୟ ଏ ବିଷୟରେ ଘୋଷଣା କରିଛି । ନିର୍ଦିଷ୍ଟ ବୟସର ପିଲାମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ପ୍ରଭାବ ବିସ୍ତାର କରୁଥିବା ବେଳେ ଦୈନନ୍ଦିନ କାର୍ଯ୍ୟ ଉପରେ ପ୍ରଭାବ ପକାଉଛି । ଏଥିପାଇଁ ନିର୍ଦ୍ଦିଷ୍ଟ କେତକ ସାମାଜିକ ଗଣମାଧ୍ୟମକୁ ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ବନ୍ଦ କରିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ଅଷ୍ଟ୍ରେଲିଆ ସରକାର ନୂଆ ଆଇନ ଆଣିବା ପାଇଁ ଯାଉଛନ୍ତି । ଫେସ୍‌ବୁକ୍‌ ସହ ଇନଷ୍ଟାଗ୍ରାମ, ଟିକ୍‌ଟିକ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡିଆକୁ ୧୬ ବର୍ଷରୁ କମ୍‌ ବୟସ୍କମାନଙ୍କୁ ହଟାଇ ଦିଆଯିବ । ଡିସେମ୍ବର ୧୦ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ସମସ୍ତ ସମାଜିକ ଗଣମାଧ୍ୟମ ପାଇଁ ଏହା ବାଧ୍ୟତାମୂଳକ ହେବ । ଏପରି ନକଲେ କମ୍ପାନୀମାନଙ୍କୁ ଜୋରିମାନା ଦେବା ପାଇଁ ପଡିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନେକ ସାମାଜିକ ଗଣମାଧ୍ୟ ସ୍ୱଚ୍ଛତା ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହା ସରକାରଙ୍କର ଏକ ଭଲ ପଦକ୍ଷେପ ବୋଲି କୁହଯାଉଛି ।

- Advertisement -

ନ୍ୟୁଜିଲାଣ୍ଡର ସରକାର ମଧ୍ୟ ଏପରି ଆଇନ ଆଣିବା ପାଇଁ ଯାଉଛନ୍ତି । ବିଶ୍ୱର ଅନେକ ଦେଶ ଛୋଟପିଲାଙ୍କୁ ସାମାଜିକ ଗଣମାଧ୍ୟମ ନିଶାଠାରୁ ଦୂରରେ ରଖିବା ପାଇଁ ଏପରି ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories