ବାଲେଶ୍ୱର ଜିଲା ବାହାନଗାରେ ମାଲବାହୀ ଟ୍ରେନରୁ ଅଲଗା ହେଲା ୫ଟି ବଗି

0

ବାହାନଗା(ବାଲେଶ୍ୱର): ବାଲେଶ୍ୱର ଜିଲା ବାହାନଗା ନିକଟରେ ଏକ ଚଳନ୍ତା ମାଲବାହୀ ଟ୍ରେନରୁ ୫ଟି ବଗି ଅଲଗା ହୋଇ ରେଳ ଧାରଣା ଉପରେ ରହିଯାଇଛି । ଏହାର ଇଞ୍ଜିନ ସହ ଅନ୍ୟ ବଗି ଗୁଡିକ କଣ୍ଟାପଡା ଷ୍ଟେସନ ନିକଟରେ ଅଟକି ରହିଛି । ବଗିକୁ ବଗି ସଂଯୋଗ କରୁଥିବା ଏକ କନେକ୍ଟର ଭାଙ୍ଗି ଯିବାରୁ ଏପରି ହୋଇଥବା ଜଣା ପଡିଛି ।

ଧମାରାରୁ ଏହି ମାଲଗାଡିଟି ଟାଟା ନଗର ଯାଉଥିଲା ।  ଏହି ରେଳ ଧାରଣାରେ ରେଳ ଚଳା ଚଳ ବନ୍ଦ ରହିଛି ।  ରିପୋର୍ଟ ଲେଖା ହେବା ବେଳକୁ ଘଟଣାସ୍ଥଲରେ କେହି ବରିଷ୍ଠ ରେଳ ଅଧିକାରୀ ପହଞ୍ଚି ନ ଥିବା ସୂଚନା ମିଳିଛି ।

Leave A Reply