www.samajalive.in
Saturday, December 6, 2025
23.1 C
Bhubaneswar

ଦାରିଙ୍ଗବାଡ଼ିରେ ୧୨ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମୁଛି। ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି। ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଅପେକ୍ଷା କନ୍ଧମାଳ ଜିଲାର ଉଭୟ ସ୍ଥାନରେ ରାତି ତାପମାତ୍ରା କମିଛି। ଅନୁରୂପ ଭାବେ ଭୁବନେଶ୍ବର ଏବଂ କଟକରେ ପାରଦ ହ୍ରାସ ପାଇଛି। ଶୁକ୍ରବାର ଉଭୟ ସହରରେ ରାତି ତାପମାତ୍ରା ୧୯ଡିଗ୍ରୀ ଉପରେ ଥିଲା;
କିନ୍ତୁ ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୧୮.୯ ଡିଗ୍ରୀ ଏବଂ କଟକରେ ୧୮.୬ ଡିଗ୍ରୀକୁ ତାପମାତ୍ରା ଖସିଛି। ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ଦିନ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳସ୍ବରୂପ ଅଧିକ ଥଣ୍ଡା ପଡିବ। ଗତ ୨୪ଘଣ୍ଟାରେ ଝାରସୁଗୁଡ଼ା, କୋରାପୁଟ ଓ କେନ୍ଦୁଝରରେ ୧୫.୮ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ତାପମାତ୍ରା ୧୫, ଭଦ୍ରକରେ ୧୫.୫, ଢେଙ୍କାନାଳରେ ୧୬.୨, ରାଉରକେଲାରେ ୧୬.୧, ବାରିପଦାରେ ୧୯.୨ ଏବଂ ବାଲେଶ୍ବରରେ ୧୯.୭ ଡିଗ୍ରୀ ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories