www.samajalive.in
Monday, December 15, 2025
26.1 C
Bhubaneswar

ନୂଆପଡା ଟକ୍କର : ଆଜି ପ୍ରଚାରର ଶେଷ ଦିନ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ଆଜି ଅପରାହ୍ଣ ୪ଟାରେ ସରିବ। ଏହାପରେ ୪୮ଘଣ୍ଟା ନିରବ ଅବଧି ରହିବ। ନଭେମ୍ବର ୧୧ ସକାଳ ୭ରୁ ମତଦାନ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ତିନି ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ସ୍ବାଧୀନ ପ୍ରାର୍ଥୀମାନେ ବି ଘରକୁ ଘର ବୁଲି ପ୍ରଚାରରେ ଲାଗି ପଡ଼ିଛନ୍ତି। କଂଗ୍ରେସ, ବିଜେଡି ଓ ବିଜେପିର ରାଜ୍ୟସ୍ତରୀୟ ନେତା ସେମାନଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ତିନି ରାଜନୈତିକ ଦଳର ପ୍ରାର୍ଥୀ ପାଟ ପଟୁଆର ନେଇ ଗାଁ ଓ ସହରାଞ୍ଚଳରେ ସଭାସମିତି କରି ପ୍ରଚାର କରୁଛନ୍ତି। ଏହି ଉପନିର୍ବାଚନ ବୈତରଣୀ ପାର ହେବା ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଶେଷ କରି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ନେତା ଓ କର୍ମୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।
ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଯାଇ ଜୟ ଢୋଲକିଆଙ୍କ ପାଇଁ ରୋଡ଼ ଶୋ’ କରି ଭୋଟ ମାଗିଛନ୍ତି। ପିସିସି ସଭାପତି ଭକ୍ତ ଦାସ ତାଙ୍କ ଦଳବଳ ଧରି ନୂଆପଡାରେ ଡେରା ପକାଇ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର କରୁଛନ୍ତି। ରବିବାର ପ୍ରଚାର ସରିବାକୁ ଥିବାବେଳେ ନୂଆପଡ଼ା ଓ ଖରିଆର ରୋଡ୍‌ରେ ଶନିବାର ପୁଲିସ ଓ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଇଛି।
ଆସନ୍ତା ୧୧ ତାରିଖରେ ମତଦାନ ହେବ। ଏଥିପାଇଁ ସୋମବାର ସକାଳୁ ପୋଲିଂ ଦଳ ଏବଂ ଜଣେ ଲେଖାଏଁ ସୁରକ୍ଷା କର୍ମୀ ବୁଥ୍‌ ଅଭିମୁଖେ ବାହାରିବେ। ମୋଟ ୩୫୮ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ତନ୍ମଧ୍ୟରୁ ୩୧୧ ବୁଥ୍‌ରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ସମୟ ରହିଛି। ଅବଶିଷ୍ଟ ୪୭ ବୁଥ୍‌ରେ ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ରେ ସରିବ। ସୁରକ୍ଷାକୁ ଦେଖି ଅତି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ଅପରାହ୍ଣ ୪ଟାରେ ମତଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories