www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ବ ବିଜୟିନୀଙ୍କୁ ବୁଧବାର ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚମ୍ପିଆନ୍‌ ହୋଇଛି। ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ବିଶ୍ବ ବିଜୟିନୀ ଭାରତୀୟ ଖେଳାଳିଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସନ୍ଦର୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିସିସିଆଇକୁ ଔପଚାରିକ ନିମନ୍ତ୍ରଣ ପତ୍ର ପଠାଯାଇଛି। ଆସନ୍ତା ୩ ବୁଧବାର ନୂଆଦିଲ୍ଲୀ ସ୍ଥିତି ତାଙ୍କ ବାସଭବନରେ ଚମ୍ପିଆନ୍ ଭାରତୀୟ ମହିଳା ଖେଳାଳିଙ୍କୁ ଭେଟିବାକୁ ଚାହିଁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମହିଳା ବିଶ୍ବକପ୍‌ର ୧୩ଶ ସଂସ୍କରଣ ଜିତି ଇତିହାସ ରଚନା କରିଥିବା ଭାରତୀୟ ଖେଳାଳି ଏବେ ମୁମ୍ବଇରେ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେମାନେ ନୂଆଦିଲ୍ଲୀ ଯାତ୍ରାକରିବେ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଭାରତୀୟ ଖେଳାଳି ନିଜ ନିଜ ଘରକୁ ଫେରିଯିବେ। ସୂଚନାଯୋଗ୍ୟ; ରବିବାର ମଧ୍ୟରାତ୍ରରେ ନବି ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବା ପରେ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ- ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ ଫାଇନାଲରେ ଭାରତୀୟ ଦଳ ଚିତ୍ତାକର୍ଷକ ପ୍ରଦର୍ଶନ କରିଛି। ଫାଇନାଲରେ ସେମାନଙ୍କ ପ୍ରଦର୍ଶନ ଚମତ୍କାର ଦକ୍ଷତା ଓ ଆତ୍ମବିଶ୍ବାସର ପ୍ରତିଫଳନ। ପୂରା ଟୁର୍ଣ୍ଣାମେଣ୍ଟରେ ଆମ ଦଳ ଚମତ୍କାର ଦଳଗତ ପ୍ରଦର୍ଶନ କରିବା ସହ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ଆମ ଖେଳାଳିଙ୍କୁ ବହୁତ ଅଭିନନ୍ଦନ। ଏହି ଐତିହାସିକ ବିଜୟ ଭବିଷ୍ୟତର ଚମ୍ପିଆନ୍‌ଙ୍କୁ ପ୍ରେରଣା ଯୋଗାଇବ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories