ବିମାନ ଆକ୍ରମଣ ନେଇ କେନ୍ଦ୍ରକୁ ସିଦ୍ଧୁଙ୍କ ଟାର୍ଗେଟ୍ : ଆତଙ୍କବାଦୀ ନିପାତ କରୁଥିଲ ନା ଗଛ ଓପାଡ଼ୁଥିଲ ?
ନୂଆଦିଲ୍ଲୀ : ବାୟୁସେନା ଜରିଆରେ ଆକ୍ରମଣ କରାଇ ଆତଙ୍କବାଦୀଙ୍କୁ ନିପାତ କରୁଥିଲ ନା ଗଛ ଓପାଡ଼ୁଥିଲ ? ନିର୍ବାଚନୀ ଫାଇଦା ପାଇଁ କ’ଣ ବିମାନ ଆକ୍ରମଣ କରାଯାଇଥିଲା କି? କେନ୍ଦ୍ର ସରକାରଙ୍କୁ ଏଭଳି କିଛି ପ୍ରଶ୍ନ କରିଛନ୍ତି ପୂର୍ବତନ କ୍ରିକେଟର ତଥା ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ।
ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଦିନକୁ ଦିନ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ସିଦ୍ଧୁ ଏପରି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି। ସେ ପୁନଶ୍ଚ କହିଛନ୍ତି, ସେନାଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ। ଦେଶ ଭଳି ସେନା ମଧ୍ୟ ପବିତ୍ର।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ସିଦ୍ଧୁ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ ଶର୍ମା ଶୋ’ରୁ ମଧ୍ୟ ବାହାର କରି ଦିଆଯାଇଥିଲା।