www.samajalive.in
Saturday, December 6, 2025
15.1 C
Bhubaneswar

୪ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ, ୩ ଗିରଫ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ବଡ଼ ଧରଣର ଜାଲ୍‌ ନୋଟ୍‌ କାରବାର ଧରିଛି ପୁଲିସ। ଶନିବାର ରାତିରେ ବିନିକା ପୁଲିସ ମୋଟ ୪ ଲକ୍ଷ ୧୫୦୦ ଟଙ୍କାର ୮୦୩ ଖଣ୍ଡ ୫ଶହ ଟଙ୍କିଆ ନୋଟ୍‌ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲଛିପୁର ଥାନା ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ(୨୭), ବିନିକା ଫୁଲମୁଠୀ ଗ୍ରାମର ଅଭିଷେକ ହୋତା(୨୩) ଓ ବେତ୍ରାପଡ଼ାର ଅଶୋକ ନାଏକ(୨୮)। ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି। ଏହି କାରବାରର ରାକେଟ୍‌ ପଡ଼ୋଶୀ ଜିଲା ବରଗଡ଼କୁ ବ୍ୟାପିଥିବା ସୂଚନା ମିଳିଛି।

ଅଭିଯୁକ୍ତ ଜୟନାରାୟଣର ନେତୃତ୍ବରେ ଗତ ପ୍ରାୟ ଦେଢ଼ମାସ ତଳେ ଅଭିଷେକ ଓ ଅଶୋକ ବରଗଡ଼ ଯାଇ ୧ ଲକ୍ଷ ଟଙ୍କା ଦେଇ ୧୨ ଶହ ଖଣ୍ଡ ୫ ଶହ ଟଙ୍କିଆ ଜାଲ୍‌ ନୋଟ୍‌ ଆଣିଥିଲେ। ଜନୈକ ହିନ୍ଦୀ ଭାଷାଭାଷୀ ବ୍ୟକ୍ତି ୧ ଲକ୍ଷ ଟଙ୍କା ବଦଳରେ ୬ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ପ୍ରଦାନ କରିଥିବା ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତମାନେ ୫ଶହ ଟଙ୍କିଆ ଜାଲ୍‌ନୋଟ୍‌ ଆଣି ନିରୀହ ଲୋକଙ୍କୁ ଠକେଇ କରୁଥିଲେ। ସେମାନେ ଆଣିଥିବା ଜାଲ୍‌ ନୋଟ୍‌ରୁ ୩୯୭ ଖଣ୍ଡ ୫ଶହ ଟଙ୍କିଆ ନୋଟ୍‌ ବଜାରରେ ଦେଇ ସାରିଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ଏହି ନୋଟ୍‌ କେଉଁ ଅଞ୍ଚଳରେ ଓ କାହାକୁ ଦିଆଯାଇଛି ତାହା ପୁଲିସ ତଦନ୍ତ କରୁଥିବାବେଳେ କାରବାରରେ ଆଉ କିଏ ସମ୍ପୃକ୍ତ ତାହାର ସନ୍ଧାନ ଜାରି ରଖିଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାଏକ କହିଛନ୍ତି।

- Advertisement -

ଅଭିଯୁକ୍ତମାନଙ୍କ ପାଖରୁ ୩ ମୋବାଇଲ୍‌ ଫୋନ ମଧ୍ୟ ଜବତ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକଙ୍କ ସୂଚନାନୁଯାୟୀ, ଏସ୍‌ଆଇ ତ୍ରିନାଥ ସାହୁ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଏସ୍‌ଆଇ ପ୍ରସନ୍ନଜିତ ବେହେରା ମାମଲା ତଦନ୍ତ କରୁଛନ୍ତି। ଏନେଇ ଶନିବାର ୨୫ ତାରିଖ ରାତିରେ ବିନିକା ଥାନାଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ୮୦୩ ଖଣ୍ଡ ୫ଶହ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ ସହ କାରବାରରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories