www.samajalive.in
Saturday, December 6, 2025
14.1 C
Bhubaneswar

ମିଛ ଚାକିରି ପ୍ରଲୋଭନ: ଦୁଇ ଗିରଫ, ୬୨ ଲକ୍ଷ ଟଙ୍କା ଜବତ

ସମ୍ବଲପୁର: ଟଙ୍କା ନେଇ ମିଛ ଚାକିରି ଦେବା ଅଭିଯୋଗରେ ସମ୍ବଲପୁର ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ୬୨ ଲକ୍ଷ ଟଙ୍କା ଜବତ କରିଛି। ଟଙ୍କା ନେଇ ମିଛ ଚାକିରୀ ଦେବା ସହ ମିଛ କାମ କରାଉଥିବା ଅଭିଯୋଗରେ ସମ୍ବଲପୁର ପୁଲିସ ନିକଟକୁ ଆସିଥିଲା । ଏଣୁ ପୁଲିସ ପକ୍ଷରୁ ଜିଲ୍ଲାରେ ନଜର ରଖାଯାଇଥିବାବେଳେ ଗତକାଲି ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଅଞ୍ଚଳରେ ଏକ ବଡ଼ ଜନସମାଗମ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ଲୋକଙ୍କ ଭରସା ଜିତି ସଫେଇ କର୍ମୀ ଭାବେ କାର୍ଯ୍ୟ ଦେବା ପାଇଁ ୨ କୋଟି ଟଙ୍କା ଠକି ନେଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି। ତେବେ ଏମାନେ ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟଓ୍ବର୍କ ଚଲାଇଥିବା ଏସପି କହିଛନ୍ତି। ଏମାନେ ଜଣଙ୍କୁ ଚାକିରୀ ଦେବା ପାଇଁ ୧୨ ହଜାର ଟଙ୍କା ଲେଖାଏଁ ନେଉଥିବା ଏସପି କହିଛନ୍ତି। ତେବେ ବୁର୍ଲା ପୁଲିସର ଅଭିଯୋଗ ଆଧାରରେ ରାହୁଲ ରାଏ ଓ ପଦ୍ମାଳୟା ତାଣ୍ଡି ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆର୍‌ମ୍ୟାକ୍ସ-ପ୍ରାଇଭେଟ୍‌ ଲିମିଟେଡ୍ ନାଁ ରେ ଗୋଟିଏ ମିଛ କମ୍ପାନୀ ମଧ୍ୟ ଖୋଲିଥିବା ଏସପି କହିଛନ୍ତି। ମିଛ ନିଯୁକ୍ତି ଦେଇଥିବା ଲୋକଙ୍କୁ କିଛି ଦିନ ମିଛ କାମ ମଧ୍ୟ କରାଇଛନ୍ତି ବୋଲି ଏସପି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories