www.samajalive.in
Saturday, December 6, 2025
14.1 C
Bhubaneswar

କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ ୩୨ଜଣଙ୍କୁ ଅଟକ: ଡିସିପି

ସମାଜ ଡିଜିଟାଲ ଡେସ୍କ: କଟକ ଶିଖରପୁର ଅଞ୍ଚଳରେ ଏକ ହୋଟେଲରେ ଚଢାଉ କରି ପଶ୍ଚିମବଙ୍ଗର ୩୨ଜଣଙ୍କୁ ଅଟକ ରଖିଛି ପୁଲିସ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଘଟଣା ଉପରୁ ପରଦା ଉଠାଇଛନ୍ତି କଟକ ଡିସିପି । ସେ କହିଛନ୍ତି ଠକି ଯାଇଥିବା କିଛି ନିବେଶକାରୀ ସେମାନଙ୍କୁ ଆଣି ହୋଟେଲରେ ରଖିଥିଲେ । ପୁରୀରେ ଲୁଚିଥିଲେ, ସେମାନଙ୍କୁ ଆଣି କଟକରେ ରଖିଥିଲେ । ପ୍ରାୟତଃ ସେମାନେ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ ମିଳିଥିବାରୁ ଛାନିଭିନ ଜାରି ରହିଛି । ଉଚ୍ଚ ସୁଧ ଲୋଭରେ ନିବେଶ କରିଥିଲେ କିଛି ଲୋକ । ଯେଉଁମାନେ ନିବେଶ କରିଛନ୍ତି ସେମାନେ ମଧ୍ୟ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଅପହରଣ ଓ କ୍ରିପ୍ଟୋ ଲିଙ୍କ୍‌ ପ୍ରମାଣିତ ହେଲେ ମାମଲା ରୁଜୁ କରିବୁ ବୋଲି ଡିସିପି କହିଛନ୍ତି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories