ମୁମ୍ବାଇ: ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହାଫଳରେ ଆମେରିକାର ନୱାର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ- ୧୯୧ ଉଡ଼ାଣ ଭରିବାର କିଛି ସମୟ ପରେ ମୁମ୍ବାଇ ଫେରିଆସିଛି। ମୁମ୍ବାଇରେ ଜରୁରୀ ଅବତରଣ କରିଛି ଏୟାର ଇଣ୍ଡିଆ ବିମାନ । ବିମାନଟି ଟେକ୍ ଅଫ୍ କରିବାର କିଛି ସମୟ ପରେ ବୈଷୟିକ ତ୍ରୁଟି ଦେଖାଦେବା ନେଇ ପାଇଲଟ ଆଶଙ୍କା କରିଥିଲେ । ତେଣୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରିଥିଲେ । ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା । ଏବଂ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା ।
ଜୁନ୍ ୧୬ରେ ହଂକଂରୁ ଦିଲ୍ଲୀ ଆସୁଥିବା ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ସେହିପରି ୨୧ ଜୁଲାଇରେ ଦିଲ୍ଲୀ କୋଲକତା ବିମାନରେ ଯାନ୍ତ୍ରିକ ତ୍ରୁଟି ସୂଚନା ମିଳିଥିଲା । ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ୍ କରିଥିଲା । ଏଥିରେ ୨୪୨ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୨୪୧ ଜଣଙ୍କ ଜୀବନ ଯାଇଥିଲା।



