www.samajalive.in
Saturday, December 6, 2025
16.1 C
Bhubaneswar

ଆଉ ଜଣେ ପଞ୍ଜାବୀ ସିଙ୍ଗରଙ୍କୁ ଗୁଳିମାଡ

ନୂଆଦିଲ୍ଲୀ,୨୨ା୧୦: କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି। ଅନେକ ସମୟ ଧରି ଚାଲିଆସୁଥିବା ଗ୍ୟାଙ୍ଗ୍ ୱାର ଯୋଗୁଁ ଏହି ଗୁଳିମାଡ ହୋଇଛି। ରୋହିତ ଗୋଦାରାଙ୍କ ଗ୍ୟାଙ୍ଗ୍ ସହ ଜଡିତ ମହେନ୍ଦ୍ର ସରଣ ଦିଲାନା, ରାହୁଲ ରିନାଓ ଓ ବିକି ପହଲବାନ କହିଛନ୍ତି ଯେ ବିରୋଧୀ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଦେଉଥିବାରୁ ତାଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗ ତରଫରୁ ବୟାନରେ କୁହାଯାଇଛି କାନାଡାରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ତାଙ୍କ ପେଟରେ ଗୁଳି ବାଜିଛି। ଯଦି ସେ ବୁଝିଯାଉଛନ୍ତି ତେବେ ଠିକ୍ ଅଛି ନଚେତ୍ ଆଗାମୀ ଥର ତାଙ୍କୁ ଧମକ ନୁହେଁ, ସିଧା ହତ୍ୟା କରିବୁ ବୋଲି ଗ୍ୟାଙ୍ଗ ଧମକ ଦେଇଛି। ସୂଚନାଯୋଗ୍ୟ ଗୋଦାରା ଗ୍ୟାଙ୍ଗ୍ ବର୍ତ୍ତମାନ ରାଜସ୍ଥାନ ଓ ଡିଡୱାନ ସମେତ ଅନେକ ଜିଲାରେ ସକ୍ରିୟ ଅଛି। ଗ୍ୟାଙ୍ଗ ଗତ କିଛି ମାସ ହେବ ଅନେକ ହତ୍ୟାରେ ସମ୍ପୃକ୍ତ ଥିବା ସୂଚନା ରହିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories