www.samajalive.in
Monday, December 8, 2025
24.1 C
Bhubaneswar

ଜେଜେମା ହେଲେ ନମିତା ଅଗ୍ରୱାଲ

ଭୁବନେଶ୍ୱର,୧୫/୧୦/୨୫: ଆପଣଙ୍କ ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପରିବାର ପାଇଁ ଆଜି ଖୁସି ଖବର ଆସିଛି ।  ପ୍ରଥମେ ବୋହୂ, ତାପରେ ଶାଶୁ ଓ ଏବେ ଜେଜେ ମା ହୋଇଛନ୍ତି ନମିତା ଅଗ୍ରୱାଲ । ନମିତାଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଓ ବୋହୂ ତମ୍ମନାଙ୍କ ଔରସରୁ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି ।  ଆଉ ଏନେଇ ଅଗ୍ରୱାଲ ପରିବାରରେ ଖୁସିର ମାହୋଲ ଖେଳିଯାଇଛି ।  ଖୋଦ ସିଦ୍ଧାର୍ଥ ଓ ତମନ୍ନା ଏନେଇ ସୂଚନା ଦେଇଥିବାବେଳେ ନମିତା ବି ନାରୀ ଜୀବନର ଆଉ ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇଛନ୍ତି ।

ଉଲ୍ଲେଖ ଥାଉ କି ୨୦୨୪ ମସିହା ଜାନୁୟାରୀରେ ସିଦ୍ଧାର୍ଥ ଅଗ୍ରୱାଲ ଓ ଓଡ଼ିଆ ଅଭିନେତ୍ରୀ ତମନ୍ନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।  ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ସିଦ୍ଧାର୍ଥ ଅଗ୍ରୱାଲ ଦାୟିତ୍ୱ ସମ୍ଭାଳୁଥିବାବେଳେ ଓଡ଼ିଆ ସିନେମା ଜଗତରେ ବି ବେଶ ସୁନ୍ଦର ଭାବେ ଅଭିନୟ କରିଛନ୍ତି ତାଙ୍କ ପତ୍ନୀ ତମନ୍ନା ।  ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାବେଳେ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ବ୍ଲାକମେଲ, ସୁପର ବୟ ଭଳି ଫିଲ୍ମରେ ଅଭିନୟ କରିଥିଲେ ।   କିଛିଦିନ ତଳେ ନମିତା ମଧ୍ୟ ତାଙ୍କ ଘରକୁ ନୂଆ ଅତିଥି ଆସିବାର ଅଛି ବୋଲି ସୂଚନା ଦେଇଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories