www.samajalive.in
Thursday, November 13, 2025
25.1 C
Bhubaneswar

ବଚସାରୁ ସାଥୀ ଶ୍ରମିକଙ୍କୁ ହତ୍ୟା, ଅନ୍ୟ ଜଣେ ଗୁରୁତର

ଲାଞ୍ଜିଗଡ: ବଚସାରୁ ନିଜର ସାଥୀ ଶ୍ରମିକଙ୍କୁ ହତ୍ୟା କରିଛି ଅନ୍ୟ ଜଣେ ଶ୍ରମିକ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଭାଟଗୁଡା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ। ଏଥିରେ କଳାହାଣ୍ଡି ଜିଲା ‎ଲାଞ୍ଜିଗଡ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଯୁବକ ଦିଲ୍ଲୀପ ଲୋହାରଓଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଭାଟଗୁଡ଼ା ଗ୍ରାମରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ‎ଲାଞ୍ଜିଗଡ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ୪ଜଣ ଯୁବକ ସେଠାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେମାନେ ହେ​‌ଲେ କୁନାଲ ଲୋହାରଓ, ଲଳିତ ମାଝୀ, ଦିଲ୍ଲୀପ ଲୋହାରଓ ଓ କୁଣୁଯା ମାଝୀ।

- Advertisement -

ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ପରେ ଗଣ୍ଡଗୋଳ ରୂପ ନେଇଥିଲା। ଏହି ସମୟରେ କୁନାଲ ଲୋହୋରା ଏକ ଟାଙ୍ଗିଆରେ ସାଥୀ ଶ୍ରମିକଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଦିଲୀପଙ୍କ ମୃତ୍ୟୁ ଘଟିଥିଲା। ଲଲିତ୍ ମାଝି(୨୨) ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ। ପାଟି ଶୁଣି ଭାଟଗୁଡା ଗ୍ରାମର ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିଷମକଟକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଭିଯୁକ୍ତକୁ ପୁଲିସ ପଚରାଉଚରା କରୁଛି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories