www.samajalive.in
Monday, December 15, 2025
26.1 C
Bhubaneswar

ମଧ୍ୟପ୍ରଦେଶ ଚାଲାଣ ବେଳେ କାର ସହିତ ଗଞ୍ଜେଇ ଜବତ, ୨ ଗିରଫ

ସମ୍ବଲପୁର: ରାଜ୍ୟର ବିଭିନ୍ନ ଜିଲାରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ସେଗୁଡିକୁ ଅବୈଧ୍ୟ ରୂପେ ସମ୍ବଲପୁର ଜିଲା ଦେଇ ଦେଶର ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି । ଏଣୁ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ ସମୟରେ ବୁଧବାର ଗଞ୍ଜେଇ ଚାଲାଣକାରୀମାନଙ୍କୁ ଧରିବାରେ ସଫଳ ହୋଇଛି । ପୂର୍ବାହ୍ନରେ ବିଜୁ ଏକ୍ସପ୍ରେସ ୱେ (ରାଜ୍ୟ ରାଜପଥ – ୧୦)ରେ ପାଟ୍ରୋଲିଂ ସମୟରେ ଅଇଁଠାପାଲି ଥାନାଠାରୁ କିଛି ଦୂରରେ ଏକ ସନ୍ଦିଗ୍ଧ କାରକୁ ଅଟକାଯାଇଥିଲା । କାରକୁ ଯାଞ୍ଚ କରିବା ସମୟରେ ଗାଡି ମଧ୍ୟରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୫୩ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା । ଏଣୁ ଗଞ୍ଜେଇ, କାର ଏବଂ ଗୋଟିଏ ମୋବାଇଲ ଫୋନକୁ ଜବତ କରିବା ସହିତ ୨ ଜଣ ଚାଲାଣକାରୀ ମଧ୍ୟପ୍ରଦେଶ ଦତିଆ ଜିଲା ନିବାସୀ ସଞ୍ଜୀବ ପୁରୋହିତ (୫୪) ଓ କମଲ କିଶୋର (୩୪) ଙ୍କୁ ଗିରଫ କରାଯାଇଛି।

ଜବତ ହୋଇଥିବା ଗଞ୍ଜେଇ ଓ କାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଚାଲାଣକାରୀ ମାନେ ଅଧିକ ଲାଭ ଆଶାରେ ଏହି ଗଞ୍ଜେଇକୁ ବୌଦ୍ଧ ଜିଲାରୁ ମଧ୍ୟପ୍ରଦେଶ ରାଜ୍ୟର ଦତିଆ ଜିଲାକୁ ଚାଲାଣ କରୁଥିବା ଅବକାରୀ ଦଳକୁ କହିଥିଲେ । ଏଣୁ ଏକ ମାମଲା ରୁଜୁ କରି ଚାଲାଣକାରୀମାନଙ୍କୁ ଗିରଫ କରି ଅଦାଲତକୁ ଅବକାରୀ ବିଭାଗ ଚାଲାଣ କରିଛି ବୋଲି ସୁଚନା ଦେଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories