www.samajalive.in
Sunday, December 7, 2025
18.1 C
Bhubaneswar

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରାମ

ନୂଆଦିଲ୍ଲୀ, ୧୫ା୧୦: ପାକିସ୍ତାନୀ ସେନା ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ଗତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଦୁଇ ଦେଶ ୪୮ ଘଣ୍ଟାର ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି କି ପାକିସ୍ତାନ ଓ ଆଫଗାନିସ୍ତାନ ବୁଧବାର ସନ୍ଧ୍ୟା ୬ରୁ ୪୮ ଘଣ୍ଟାର ଅସ୍ଥାୟୀ ଯୁଦ୍ଧବିରାମରେ ସହମତି ହୋଇଛନ୍ତି। ଉଭୟ ଦେଶର ଅନେକ ଲୋକ ଓ ସୈନିକ ନିହତ ହେବା ପରେ ଏହି ଘୋଷଣା କରାଯାଇଛି। ଶତ୍ରୁତା ହ୍ରାସ କରିବା ସହ ଶାନ୍ତି ଫେରାଇ ଆଣିବା ଏହି ଯୁଦ୍ଧବିରାମର ଉଦ୍ଦେଶ୍ୟ ବୋଲି ପାକିସ୍ତାନ ସୂଚନା ଦେଇଛି।

ଗତ ସପ୍ତାହରୁ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ବୁଧବାର ଉଭୟ ପକ୍ଷର ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ସେନା କନ୍ଧାର ପ୍ରାନ୍ତ ସ୍ପିନ୍ ବୋଲ୍ଡକ ଜିଲାରେ ଗୁଳି ବର୍ଷାଇବା ଫଳରେ ଆଫଗାନ ନାଗରିଖ ଓ ସୈନିକଙ୍କ ମୃତ୍ୟୁ ସହିତ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନ ମଧ୍ୟ ୧୨ରୁ ଅଧିକ ପାକ୍ ନାଗରିକ ଓ ସୈନିକ ମାରିଥିବା ସୂଚନା ଦେଇଛି। ସୂଚନା ଅନୁସାରେ ଆଫଗାନିସ୍ତାନ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ୍ ଜବତ କରିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories