ସମାଜ ଡିଜିଟାଲ ଡେସ୍କ: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟରେ ଟିମ ଇଣ୍ଡିଆ ଦୃଢ଼ ସ୍ଥିତିରେ ରହିଛି। ଓ୍ବେଷ୍ଟଇଣ୍ଡିଜ ୨ୟ ପାଳିରେ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଛି। ଯାହାଫଳରେ ପ୍ରଥମ ପାଳିର ୨୪୮ରନକୁ ମିଶାଇ ୪୨୧ ରନ କରିଥିବାବେଳେ ୯୬ ରନରେ ପଛୁଆ ରହିଛି।
ପ୍ରଥମ ପାଳିରେ ଭାରତ ୫ ଉଇକେଟ ହରାଇ ୫୧୮ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ କରି ପ୍ରଥମ ପାଳିରେ ସମସ୍ତ ଉଇକେଟ ହରାଇ ୨୪୮ ରନ କରିଥିଲା। ଫଟୋଅନ ପରେ ଦଳ ପୁନର୍ବାର ୨ ପାଳି ଆରମ୍ଭ କରିଥିଲା। ୩ୟ ଦିନ ଖେଳ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ୨ ଉଇକେଟ ବିନିମୟରେ ୧୭୩ରନ ସଂଗ୍ରହ କରିଛି। ସାଇ ହୋପ ୬୬ ଏବଂ ଜନ କ୍ୟାମ୍ପବେଲ ୮୭ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ପାଳିରେ ଭାରତୀୟ ବୋଲର କୂଳଦୀପ ଯାଦବ ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୩ଟି ଏବଂ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨ୟ ପାଳିରେ ସିରାଜ ଏବଂ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।



