www.samajalive.in
Saturday, December 6, 2025
15.1 C
Bhubaneswar

ମନ୍ଦିର ସାମ୍ନାରେ ସେବାୟତଙ୍କ ନିରବ ପ୍ରତିବାଦ

ଭୁବନେଶ୍ଵର: ବଜ୍ରପାତ ଅଘଟଣକୁ ନେଇ ସେବାୟତମାନେ ଅପରାହ୍ଣରେ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ନିରବ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେମାନେ କହିଥିଲେ ଏବେ କାର୍ତ୍ତିକ ମାସ ଚାଲିଛି। ଗତକାଲି ଯେଉଁ ବଜ୍ରପାତ ହୋଇଥିଲା ସେ ସମୟରେ ସିଂହଦ୍ବାର ଗୁମୁଟ ଓ ଗର୍ଭଗୃହ ପାଖରେ ପ୍ରାୟ ୧୫୦ରୁ ଅଧିକ ଶ୍ରଦ୍ଧାଳୁ ଓ ସେବାୟତ ଉପସ୍ଥିତ ଥିଲେ। ବଜ୍ରପାତରେ ମନ୍ଦିରରେ ବଲ୍‌ବ ଫାଟି ଗର୍ଭଗୃହରେ ଠାକୁରଙ୍କ ଉପରେ ଭଙ୍ଗା ବଲ୍‌ବ ପଡ଼ିଥିଲା। ପ୍ରତ୍ୟେକଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଏଏସ୍‌ଆଇ ପୁରୁଣା ଆର୍ଥିଂ କାଢ଼ି ନୂଆ ଆର୍ଥିଂ ସଂଯୋଗ କରିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା କହିଛନ୍ତି। ଏଏସ୍‌ଆଇ ମନ୍ଦିର ପ୍ରତି ଦୃଷ୍ଟି ଦେବା ସହିତ ନିମ୍ନମାନର କାର୍ଯ୍ୟ ବନ୍ଦ କରୁ ବୋଲି ସେବାୟତମାନେ ଦାବି କରିଥିଲେ। ଏହାର ସ୍ଥାୟୀ ପ୍ରତିକାର ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories