www.samajalive.in
Saturday, December 6, 2025
17.1 C
Bhubaneswar

ଲିଙ୍ଗରାଜ ମନ୍ଦିରରେ ଅଘଟଣ : ଯାଞ୍ଚ କଲା ଏଏସ୍‌ଆଇ ଟିମ୍

ଭୁବନେଶ୍ୱର : ବୁଧବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ଵରରେ ୧ ଘଣ୍ଟା କାଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ଦୃଷ୍ଟି ହୋଇଥିଲା। ଏପରିକି ବଜ୍ରପାତ ଯୋଗୁଁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ପତାକା ପୋଡିଯିବା ସହ ମନ୍ଦିରରେ ଲାଗିଥିବା କିଛି ସିସିଟିଭି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଛି । ଏବଂ ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍‌ବ ପୋଡ଼ିଯାଇଛି ।  ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତି ନେଇ ସୂଚନା ମିଳିଛି ।  ଅନେକ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା । ତେବେ ଆଜି ସକାଳୁ ଏଏସ୍‌ଆଇର ୫ ଜଣିଆ ଟିମ ମନ୍ଦିର ପରିସରରେ ବୁଲି ମନ୍ଦିର ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ପତାକା ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଇଲେକ୍ଟ୍ରିସିଆନ୍ ମରାମତି କାମ କରିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories