www.samajalive.in
Saturday, December 6, 2025
14.1 C
Bhubaneswar

ନୂଆପଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ନୂଆପଡା: ନୂଆପଡାରେ ଆଜି ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ବିଜେଡିର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନ ଛୁରିଆଙ୍କ ନେତୃତ୍ୱରେ ଦଳ ଜନସମ୍ପର୍କ ପଦଯାତ୍ରା କରିଛି । ସ୍ନେହାଙ୍ଗିନ ଛୁରିଆ କହିଛନ୍ତି ଯେ ଢୋଲକିଆଙ୍କ ନେତୃତ୍ୱରେ ବିଜେଡି ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛି । ଦିବ୍ୟଙ୍ଗତ ବିଧାୟକ ବିଜୁ ଜନତା ଦଳରେ ରହି କାମ କରୁଥିଲେ, ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ମହିଳାମାନେ ଏଠାରେ ସଂକଳ୍ପ ନେଇଛନ୍ତି, ରାଜୁ ଭାଇଙ୍କ ସହ ରହି ଅଧୁରା ସ୍ୱପ୍ନକୁ ପୂରଣ କରିବୁ । ବିଜୁ ଜନତା ଦଳର ବିଜୟ ଧାରା ଆଜିଠୁ ଆହୁରି ଜାରି ରହିବ । ଆମେ ଚାହୁଁଛୁ ଢୋଲକିଆଙ୍କ ପରିବାରରୁ କାହାକୁ ଜଣେ ପ୍ରାର୍ଥୀ କରାଯାଉ ।
ବିଜୁ ଜନତା ମହିଳା ଦଳର ଜନ ସଂପର୍କ ପଦଯାତ୍ରା ରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡାଲି ମାଝୀ, ଉପାଧ୍ୟକ୍ଷ ଦୀପିକା ଦୀପ ଖଡ଼ିଆଳ ବିଧାୟକ ଅବନୀ ରଞ୍ଜନ ଯୋଶୀ ସୋନପୁରର ନିରଞ୍ଜନ ପୁଝାରୀ ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରି ସାହୁ,କୋମନା ବ୍ଲକ ଅଧ୍ୟକ୍ଷା ଅନୁଶୁୟା କୁମ୍ଭାର ଭବାନୀପାଟଣା ବିଧାୟିକା ପ୍ରାର୍ଥୀ ଲଳିତା ନାଏକ ବଲାଙ୍ଗୀର ମ୍ୟୁନିସପାଲିଟି ଅଧ୍ୟକ୍ଷା ନୂଆପଡ଼ା ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories